ଉଦଳା : ଚାକିରି ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ । ୩ ଜଣ ଠକଙ୍କୁ ଗିରଫ କଲା ଖୁଣ୍ଟା ଥାନା ପୋଲିସ । ସରକାରୀ ଚାକିରି ଦେବା ନାଁ ରେ ଠକୁଥିଲେ ୩ ଯୁବକ । ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ବିଭିନ୍ନ ଅଞ୍ଚଳରେ ୧୫ରୁ ଅଧିକ ଯୁବକଙ୍କୁ ଠକିଥିବା ଅଭିଯୋଗ । ବରିଷ୍ଠ ଆଇଏଏସଙ୍କ ନାଁ ନେଇ ଯୁବକଙ୍କୁ ଲଗାଉଥିଲେ ଚୂନ । ରାଟପୁର ସ୍କୁଲର ସହକାରୀ ଶିକ୍ଷକ ମନୋଜ ଆଚାର୍ୟ୍ୟ ସରକାରୀ ଚାକିରୀ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଠକି ଆସୁଥିଲେ। ଏନେଇ ଗତ ଡିସେମ୍ବରରେ ଅଭିଯୋଗ ଆଣିଥିଲେ ଖୁଣ୍ଟା ବ୍ଲକର କାର୍ୟ୍ୟରତ ଏବିଇଓଙ୍କ ପୁତୁରା । ଜିଆରଏସ ଚାକିରି କରାଇଦେବା ନାଁରେ ୧ ଲକ୍ଷ ୩୦ ହଜାର ଟଙ୍କା ଆଗୁଆ ନେଇଥିଲେ ଏବଂ ଚାକିରି ପରେ ବାକି ୪୦ ହଜାର ଟଙ୍କା ନେଇଥାନ୍ତେ । କିନ୍ତୁ ଚାକିରି ହେଲାନାହିଁ । ଆଉ ଟଙ୍କା ଫେରସ୍ତ ପାଇଁ ଧରାଛୁଆଁ ଦେଲେ ନାହିଁ ଶିକ୍ଷକ ମନୋଜ ଆଚାର୍ୟ୍ୟ । ଏନେଇ ଥାନାରେ ଏବିଇଓ ଅଭିଯୋଗ କରିବା ପରେ ଗତକାଲି ରାତିରେ ଠକେଇ ଘଟଣାରେ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରୀଆ ଥାନା ଅଞ୍ଚଳରୁ ପ୍ରାୟ ୧୫ ରୁ ଅଧିକ ଯୁବକ ଠକାମୀର ଶିକାର ହୋଇଥିବା ସୂଚନା ।
ଚାକିରି ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











