ଗୋପାଳପୁର : ଚଳିତ ବର୍ଷ ବି ଗୋପାଳପୁର ମହୋତ୍ସବ ବନ୍ଦ । ଯାହାକୁ ନେଇ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଗୋପାଳପୁର ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏହାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ । ଦୀର୍ଘ ୨୬ ବର୍ଷ ପୂର୍ବରୁ ଗୋପାଳପୁର ଠାରେ ଡିସେମ୍ବର ୨୪ ତାରିଖ ଠାରୁ ୨୮ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପୀ ମହା ଆଡମ୍ବର ସହକାରେ ଗୋପାଳପୁର ବେଳାଭୂମି ମହୋତ୍ସବକୁ ପାଳନ କରାଯାଏ। ୧୯୯୬ ମସିହାରେ ଗଞ୍ଜାମ ଜିଲା ହୋଟଲ ସଂଘ ପକ୍ଷରୁ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମାତ୍ର ୪ଦିନିଆ କାର୍ୟ୍ୟକ୍ରମ କରାଯାଇଥିଲା । ପରେ ଏହି କାର୍ୟ୍ୟକ୍ରମକୁ ପ୍ରଶାସନ ହାତକୁ ନେଇ ୪ ଦିନରୁ ୫ ଦିନକୁ ବଢାଗଲା । ଇତି ମଧ୍ୟରେ ବାତ୍ୟା, ନିର୍ବାଚନ,କରୋନା ପରି ବିଭିନ୍ନ କାରଣରୁ ୬ଥର ମହୋତ୍ସବ ବନ୍ଦ ହୋଇଛି । ହେଲେ ଚଳିତ ବର୍ଷ କେଉଁ କାରଣରୁ ମହୋତ୍ସବକୁ ବନ୍ଦ କରିଦିଆଗଲା ତାହାର କାରଣ ଅସ୍ପଷ୍ଟ ରହିଛି । ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଭୟରେ ଚଳିତ ବର୍ଷ ମହୋତ୍ସବକୁ ବନ୍ଦ କରିଦିଆଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହୋତ୍ସବରେ ସ୍ଥାନୀୟ କଳାକାର ନିଜର କଳା ପ୍ରଦର୍ଶନର ସୁଜୋଗ ପାଇବା ସହ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଦି ପଇସା ରୋଜଗାର କରିବା ସୁଯୋଗଗ ପାଇଥାନ୍ତି ହେଲେ ସେହି ସ୍ବପ୍ନ ସ୍ବପ୍ନରେ ରହିଯାଇଛି।
ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ବନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











