The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ବନ୍ଦ

Facebook
Twitter
LinkedIn

ଗୋପାଳପୁର : ଚଳିତ ବର୍ଷ ବି ଗୋପାଳପୁର ମହୋତ୍ସବ ବନ୍ଦ । ଯାହାକୁ ନେଇ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଗୋପାଳପୁର ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏହାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ । ଦୀର୍ଘ ୨୬ ବର୍ଷ ପୂର୍ବରୁ ଗୋପାଳପୁର ଠାରେ ଡିସେମ୍ବର ୨୪ ତାରିଖ ଠାରୁ ୨୮ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପୀ ମହା ଆଡମ୍ବର ସହକାରେ ଗୋପାଳପୁର ବେଳାଭୂମି ମହୋତ୍ସବକୁ ପାଳନ କରାଯାଏ। ୧୯୯୬ ମସିହାରେ ଗଞ୍ଜାମ ଜିଲା ହୋଟଲ ସଂଘ ପକ୍ଷରୁ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମାତ୍ର ୪ଦିନିଆ କାର୍ୟ୍ୟକ୍ରମ କରାଯାଇଥିଲା । ପରେ ଏହି କାର୍ୟ୍ୟକ୍ରମକୁ ପ୍ରଶାସନ ହାତକୁ ନେଇ ୪ ଦିନରୁ ୫ ଦିନକୁ ବଢାଗଲା । ଇତି ମଧ୍ୟରେ ବାତ୍ୟା, ନିର୍ବାଚନ,କରୋନା ପରି ବିଭିନ୍ନ କାରଣରୁ ୬ଥର ମହୋତ୍ସବ ବନ୍ଦ ହୋଇଛି । ହେଲେ ଚଳିତ ବର୍ଷ କେଉଁ କାରଣରୁ ମହୋତ୍ସବକୁ ବନ୍ଦ କରିଦିଆଗଲା ତାହାର କାରଣ ଅସ୍ପଷ୍ଟ ରହିଛି । ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଭୟରେ ଚଳିତ ବର୍ଷ ମହୋତ୍ସବକୁ ବନ୍ଦ କରିଦିଆଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହୋତ୍ସବରେ ସ୍ଥାନୀୟ କଳାକାର ନିଜର କଳା ପ୍ରଦର୍ଶନର ସୁଜୋଗ ପାଇବା ସହ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଦି ପଇସା ରୋଜଗାର କରିବା ସୁଯୋଗଗ ପାଇଥାନ୍ତି ହେଲେ ସେହି ସ୍ବପ୍ନ ସ୍ବପ୍ନରେ ରହିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login