ମାଲକାନଗିରି : ନିଜେ ଚାଲିଗଲେ , ବଞ୍ଚାଇଦେଲେ ୨୫ ଜୀବନ । ହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ ଡ୍ରାଇଭର । ବସଟି ବିଜୟନଗରମରୁ ମାଲକାନଗିରି ଆସିଥିବା ବେଳେ ଅଘଟଣ । କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓଏସଆରଟିସି ବସ ଡ୍ରାଇଭର । କୋରାପୁଟ ମେଡିକାଲରେ ଡ୍ରାଇଭରଙ୍କୁ ମୃତ ଘୋଷଣା କଲେ ଡାକ୍ତର । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଡ୍ରାଇଭରଙ୍କ ଘର ମାଲକାନଗିରିରେ । ବସରେ ୨୫ ଜଣ ଯାତ୍ରୀ ଥିଲେ ।
Views: 42











