ଭୋପାଳ : ଲଜ୍ଜା ..ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ । କଟନୀରୁ ଉଚେହରା ଯାଉଥିବା ମେମୁ ଟ୍ରେନରେ ଘଟିଛି ଏଭଳି ଜଘନ୍ୟକାଣ୍ଡ । ଯୁବତୀ ଜଣକ ବାଥରୁମ ଯାଇଥିବା ବେଳେ ଯୁବକ ଜଣକ ମାରପିଟ୍ କରି ଦୁଷ୍କର୍ମ କରିଥିବା କଥା ପୋଲିସ କିହିଛି । ଜିଆରପି ଏବଂ ଆରପିଏଫ ଟିମ ଯୁବକଙ୍କୁ ବାଥରୁମ କବାଟ ଭାଙ୍ଗି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।ଖବର ମୁତାବକ, ରବିବାର ଦିନ ମଧ୍ୟପ୍ରଦେଶ କଟନୀରୁ ଉଚେହରା ଯାଉଥିବା ମେମୁ ଟ୍ରେନର ଏସି କୋଚରେ ବସିଥିବା ଯୁବତୀ ଜଣକ ବାଥରୁମ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ଟ୍ରେନରେ ଚଢି ବାଥରୁମକୁ ପସିଯାଇଥିଲେ । ଏହାପରେ ଯୁବତୀଙ୍କୁ ବାଥରୁମରେ ମାରିପିଟ କରିବା ସହିତ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବାରୁ ଯୁବକ ଜଣକ ବାଥରୁମ କବାଟ ବନ୍ଦ କରିଦେଇଥିଲେ । ଟ୍ରେନ ସତନା ଷ୍ଟେସନରେ ପହଞ୍ଚିବା ପରେ ଯୁବତୀ ଜଣକ ଜିଆରପିରେ ଏହି ବିଷୟରେ ସୂଚନା ଦେଇଥିଲେ । ଡିଏସପି ସାରିକା ପାଣ୍ଡେ ମୁତାବକ, ଘଟଣା ବିଷୟରେ ଜାଣିବା ପରେ ପୋଲିସ କାର୍ୟ୍ୟାନୁଷ୍ଠାନ କରିବା ପୂର୍ବରୁ ଟ୍ରେନ ସତନା ଷ୍ଟେସନ ଛାଡିଦେଇଥିଲା । ସତନା ଜିଆରପି ପୋଲିସ ଷ୍ଟେସନ ମାଷ୍ଟର ସହିତ କଥା ହୋଇ ଟ୍ରେନକୁ ଆଗାମୀ ଷ୍ଟେସନରେ ରୋକିଥିଲେ । ଜିଆରପି ଏବଂ ଆରପିଏଫ ଟିମ ଯୁବକଙ୍କୁ ବାଥରୁମ କବାଟ ଭାଙ୍ଗି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ସତନା ପୋଲିସ ଅଭିଯୁକ୍ତକୁ କଟନୀ ଜିଆରପି ପୋଲିସକୁ ହସ୍ତାନ୍ତର କରିଛି । ତେବେ କଟନୀ ପୋଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି ।
ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











