ଜଗତସିଂହପୁର : ଚନ୍ଦ୍ରଯାନ-୩ ର ଚନ୍ଦ୍ରପୃଷ୍ଠ ରେ ସଫଳ ଅବତରଣକୁ ନେଇ ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ପାଳନ କରାଯାଇଛି ଖୁସିର ପର୍ବ।ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଜାତୀୟ ପତାକା ଶୋଭାଯାତ୍ରା ଥାନାଛକ ଠାରେ ପହଁଚି ବାଣ ଫୁଟାଇ ଭାରତ ମାତାକି ଜୟ, ବନ୍ଦେ ମାତାରମ,ନରେନ୍ଦ୍ର ମୋଦି କି ଜୟ, ଭାରତୀୟ ବୈଜ୍ଞାନିକ ଜିନ୍ଦାବାଦ ଆଦି ନାରା ଦେଇ ସହର ପରିକ୍ରମା କରିଥିଲା। ଏଥିରେ ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି, ସାଧାରଣ ସମ୍ପାଦକ ଜଗନାଥ ଦାଶ, ମିଡ଼ିଆ ସେଲର ଗଣେଶ ପ୍ରସାଦ ମହାନ୍ତି, ବରିଷ୍ଠ ବୁଦ୍ଧିଜୀବି ଶ୍ରୀକାନ୍ତ ଚୌଧୁରୀ, ପୌର ପରିଷଦର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଲିଙ୍ଗରାଜ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ମିଷ୍ଠାନ ବଣ୍ଟନ କରିଥିଲେ।
Views: 97











