ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଦକ୍ଷିଣ ଭାରତୀୟ ଅଭିନେତା ଚିରଞ୍ଜୀବୀ, ବିଜୟନ୍ତିମାଳା ବାଳି, ବିଦେଶ୍ୱର ପାଠକ, ପଦ୍ମ ଶୁଭ୍ରମଣ୍ୟମଙ୍କୁ ଦେଶର ଦ୍ୱିତୀୟ ବଡ ବେସାମରିକ ପଦ୍ମ ବିଭୂଷଣ ଉପାଧି ମିଳିବ । ୫ ଜଣଙ୍କୁ ପଦ୍ମ ବିଭୂଷଣ ଉପାଧି ମିଳିଥିବା ବେଳେ ୧୭ ଜଣଙ୍କ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କ ପଦ୍ମଶ୍ରୀ ଉପାଧି ମିଳିବ ।
ପଦ୍ମଶୀ ପୁରସ୍କାର ତାଲିକାରେ ଓଡ଼ିଶାର ୪ ଜଣ ମନୋନିତ ହୋଇଛନ୍ତି । ଓଡ଼ିଶାରୁ ଗୋପୀନାଥ ସ୍ୱାଇଁ, ବିନୋଦ ମହାରଣା, ବିନୋଦ ପଶାୟତ, ଭାଗବତ ପ୍ରଧାନ ପ୍ରମୁଖ ୪ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ । ଲୋକନୃତ୍ୟ ଗୁରୁ ଲାଭ କରିଥିବା ବରଗଡର ଭାଗବତ ପ୍ରଧାନଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ ।
Views: 81