
ଆନନ୍ଦପୁର : ଏପରି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀ ବାଲିବରେଇ ଘାଟ ନିକଟରେ ଜଣେ ନାବାଳକ ନଦୀରେ ଭାସିଯାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଘଷିପୁରା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଭାସି ଯାଇଥିବା ଯୁବକ ଭଦ୍ରକ ମାନତିରା ଅଞ୍ଚଳର ଗୁରିଆ ଦାସ । ତାଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗୁରିଆ ନନ୍ଦୀପଦା ଥାନା ମନୋହରପୁର ଗାଁରେ ନିଜ ଭଉଣୀଙ୍କ ଘରେ ରୁହନ୍ତି । ବୁଧବାର ସେ ନିଜ ଭଉଣୀଙ୍କ ଶ୍ୱଶୁର ଓ ନିଜ ବଡ ଭାଇ ସହ ମିଶି ଗିରିଗାଁ ଘାଟରେ ଘୁଷୁରୀଙ୍କୁ ନଦୀ ପାର କରି ବାଲିବରେଇ ଆଣୁଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ।
Views: 275











