The Ultimate Managed Hosting Platform
ADVERTISEMENT

ଘାଟି ତଳକୁ ଖସିଲା ସେନା ଟ୍ରକ

Facebook
Twitter
LinkedIn

ଶ୍ରୀନଗର : ଉତ୍ତର କାଶ୍ମୀରର ବାନ୍ଦିପୋରା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଜି ଭାରତୀୟ ସେନାର ଏକ ଗାଡି ଖାଲରେ ଖସିପଡିଥିଲା ଯେଉଁଥିରେ ଦୁଇଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ତିନିଜଣ ଯବାନ ଆହତ ହୋଇଥିବା ଖବର ପାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି। ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନାର ଅନେକ ସୈନିକ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି । ଅଧିକାରୀ କହିଛନ୍ତି ଯେ ଏକ ସେନା ଗାଡି ରାସ୍ତାରୁ ଖସିପଡି ଉତ୍ତର କାଶ୍ମୀର ଜିଲ୍ଲାର ଏସ.କେ ପାୟନ ନିକଟରେ ଏକ ଘାଟି ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏପର୍ୟ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ନେଇ ପ୍ରମାଣ ନାହିଁ। ତେବେ ବର୍ତ୍ତମାନ ପୋଲିସ ଓ ସେନା କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ୟ୍ୟ ଚାଲିଛି ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଦ୍ୟମ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login