The Ultimate Managed Hosting Platform
ADVERTISEMENT

ଘର ମରାମତି ବେଳେ ଅଘଟଣ : କାନ୍ଥ ଭୁଶୁଡି ଜଣେ ମୃତ, ୨ ଆହତ

Facebook
Twitter
LinkedIn

ଢେଙ୍କାନାଳ: ଘର ମରାମତି ବେଳେ ଅଘଟଣ । ଶ୍ରମିକ ମାନେ କାମ କରୁଥିବା ବେଳେ ଭୁଶୁଡି ପଡିଲା କାନ୍ଥ ।ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ଜବହାର ଚୌକର ଜଗୁ ସ୍ୱାଇଁ ଙ୍କ ଘର ମରାମତି ହେଉଥିଲା । ୬ଜଣ ଶ୍ରମିକମାନେ ଆସି ଏହି କାମ କରୁଥିଲେ । ତେବେ କାମ କରୁଥିବା ବେଳେ ପାଖରେ ଥିବା ଅସୁରକ୍ଷିତ କାନ୍ଥ ଭୁଶୁଡି ପଡିଥିଲା। ଯାହାଫଳରେ କିଛି ଶ୍ରମିକ କାନ୍ଥ ତଳେ ଚାପି ହୋଇଯାଇଥିଲେ । କାନ୍ଥ ଭୁଶୁଡି ଯିବା ଫଳରେ କାନ୍ଥ ମାଡି ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ।

ତେବେ ଗୁରୁତର ଶ୍ରମିକମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତୁରନ୍ତ ଶ୍ରମିକମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ଲାଗି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବେ ଯାଏଁ ମୃତ ଶ୍ରମିକଙ୍କ ପରିଚୟ ମିଳି ପାରିନଥିବା ବେଳେ ଗୁରୁତର ଶ୍ରମିକମାନେ ହେଲେ ସଦର ଥାନା ବିରଡ଼ିଆ ଗାଁର ଅଭିନ ନାୟକ ଓ ସୋଗର ପଶି ଗ୍ରାମର କରୁଣାକର ବେହେରା । ଆହତ ଶ୍ରମିକ ମାନେ ଏବେ ବିପଦ ମୁକ୍ତ ଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ

୪୬ IAS , ୬୭ IPS ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟରେ ଆଇପିଏସ, ଆଇଏଏସ, ଆଇଏଫଏସ ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୋହନ ମାଝୀ । ୪୬...

ADVERTISEMENT
ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର : ବାଂଲାଦେଶୀଙ୍କୁ ଚିହ୍ନଟ , ଅଟକ ଓ ତଡିପାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କମିଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Login