ଭଞ୍ଜନଗର : ହାତୀପଲ ଭାଙ୍ଗିଲେ ଘର । ଗାଲେରି ରେଞ୍ଜ କାଳିଝିରିରେ ଘର ଭାଙ୍ଗିଲେ ହାତୀପଲ । କାଳିଝିରିର ଏଣେତେଣେ ବୁଲୁଛନ୍ତି ୨୨ଟି ହାତୀ । ବିଭିନ୍ନ ସ୍ଥାନରେ ନଷ୍ଟ କଲେ ଧାନ ଫସଲ ।
ଅନ୍ୟପଟେ ବଙ୍ଗୋମୁଣ୍ଡାର ରାଜରାସ୍ତାରେ ଘୁରି ବୁଲୁଛନ୍ତି ହାତୀପଲ । ଜିଲ୍ଲାରେ ୯୦ଟିକିଆ ହାତୀପଲ ପ୍ରବେଶ କରିଥିବା ବନବିଭାଗ ସ୍ପଷ୍ଟ କରିଛି । ବଙ୍ଗୋମୁଣ୍ଡାରେ ହାତୀପଲ ଲୋକଙ୍କୁ ନାକେଦମ କଲେଣି । ରାତିରେ ଲୋକେ ଘରୁ ନବାହାରିବାକୁ ବନବିଭାଗ ସଚେତନ କରିଛି । ହାତୀ ଓ ମଣିଷକୁ ସୁରକ୍ଷିତ ରଖିବାକୁ ବନ ବିଭାଗର ପ୍ରୟାସ ଜୋରଦାର ।
Views: 57











