The Ultimate Managed Hosting Platform
ADVERTISEMENT

ଘର ଓ ଦୋକାନ ଉପରେ ଚଢିଗଲା ଟ୍ରକ

Facebook
Twitter
LinkedIn

ଆସିକା : ଢଉଗାଁ ଛକରେ ମଦ୍ୟପ ଟ୍ରକ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ଗୋଟିଏ ଦୋକାନ ଓ ଦୁଇଟି ଘର ଉପରେ ମଡାଇଦେଲା ଟ୍ରକ । ଟ୍ରକ ଧକ୍କାରେ ଜଣେ ମୃତ । ମୃତଦେହ ରଖି ଗାଁ ଲୋକଙ୍କ ପ୍ରତିବାଦ । ଟ୍ରକକୁ ଅଟକାଇ ଧରାକୋଟ ପୋଲିସ ଜିମା ଦେଲେ ଲୋକେ । ଗୋଟିଏ ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ, ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଚଢାଇ ଦେଇଛି । ଘଟଣାସ୍ଥଳରେ ଢ଼ଉଗାଁର ଜଣେ ଯୁବକ ମୃତଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଶୌଚ ହେବା ପାଇଁ ଯିବା ସମୟରେ ଗାଡି ଚଢାଇ ଦେଇଥିଲା । ଡ୍ରାଭର ନିଜେ ସ୍ୱୀକାର କରିଛନ୍ତି ଯେ ସେ ଅଧିକ ଭାଙ୍ଗ ସେବନ ଫଳରେ ତାଙ୍କୁ ନିଶା ହୋଇଯିବାରୁ ଏପରି ଅଘଟଣ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login