ବ୍ୟୁରୋ : ବର୍ତ୍ତମାନ ସମୟରେ ମୁଣ୍ଡ ବିନ୍ଧା ଏକ ମୁଖ୍ୟ ସମସ୍ୟା ହୋଇଛି । ଛୋଟଠୁ ବଡ ସମସ୍ତଙ୍କର ମୁଣ୍ଡ ବିନ୍ଧା ଏକ ପ୍ରମୁଖ କାରଣ ହୋଇ ଠିଆ ହୋଇଛି । ଏଥିରୁ ତୁରନ୍ତ ରକ୍ଷା ପାଇବା ବିଭିନ୍ନ ପ୍ରକାରର ଔଷଧ ଖାଇଥାଉ । କିନ୍ତୁ ବାସ୍ତବରେ ଏହି ଔଷଧ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ। ଏଣୁ ଏଥିପାଇଁ କିଛି ସରଳ ଏବଂ ସହଜ ଘରୋଇ ଉପଚାର ରହିଛି। ଯାହା ଦ୍ବାରା ମାତ୍ର ୫ ମିନିଟ ମଧ୍ୟରେ ମୁଣ୍ଡବିନ୍ଧାରୁ ରକ୍ଷା ମିଳିବ। ଏଥି ସହ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ରହିନଥାଏ।
ଅଦା ମୁଣ୍ଡ ବିନ୍ଧା ପାଇଁ ରାମବାଣ ଭଳି କାମ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଏହାକୁ ଛୋଟଛୋଟ କାଟି ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିରୁ ବାହାରୁଥିବା ବାଷ୍ପକୁ ନିଶ୍ବାସ ଯୋଗେ ଗ୍ରହଣ କରନ୍ତୁ। ଦେଖିବେ ବହୁ କମ ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡ ବିନ୍ଧା ବନ୍ଦ ହୋଇଯିବ।
ସାଧାରଣ ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍ ହୋଇଥିଲେ ଆଇସ୍ ପ୍ୟାକ୍ ଲାଗାଇବା ଲାଭଦାୟକ। ଏହି ସମୟରେ ଆଇସ୍ ପ୍ୟାକକୁ ବେକର ପଛ ପାଖରେ ରଖିବା ଦ୍ବାରା ଆରାମ ମିଳିଥାଏ।
ମୁଣ୍ଡ ବିନ୍ଧାକୁ ୫ ମିନିଟରେ କମ କରିଥାଏ ପୋଦିନା ପତ୍ର। ଏହାର ରସକୁ ପାଣିରେ ମିଶାଇ ପିଇବା ଦ୍ବାରା ମୁଣ୍ଡ ବିନ୍ଧା କମ ହେବା ସହ ଶରୀରକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ଘରୋଇ ଉପାୟରେ ଦୂର କରନ୍ତୁ ମୁଣ୍ଡ ବିନ୍ଧା !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











