ବିହାର : ବିହାରରେ ବଡ ଅଘଟଣ । ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୫ ଜଣଙ୍କର ଜାବନ ଚାଲି ଯାଇଛି । ଏହି ଘଟଣାରେ ଅନ୍ୟ ୫ ଜଣ ମଧ୍ୟ ପୋଡି ହୋଇ ଆହତ ହୋଇଛନ୍ତି । ସର୍ଟ ସର୍କିଟରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଇଛି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି । ଡିଏସପି ସୁଚିତ୍ରା କୁମାରୀ କହିଛନ୍ତି ଯେ, ସଟସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗିଥିଲା । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପାଞ୍ଚ ଜଣ ପୋଡ଼ି ଯାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମୋତିପୁର ଥାନା ଅଞ୍ଚଳର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ପରିବାର ଲୋକେ ବର୍ତ୍ତିପାରିନଥିଲେ ।
Views: 58











