The Ultimate Managed Hosting Platform
ADVERTISEMENT

ଘରେ ବନାନ୍ତୁ ପନିର ଫ୍ରାଏ, ସ୍ୱାଦିଷ୍ଟ ସହ ହେଲଦୀ ମଧ୍ୟ

Facebook
Twitter
LinkedIn

ପନିର ଏକ ଏମିତି ଖାଦ୍ୟ ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏମିତି ଚଟପଟା ରେସିପି ଆପଣ ତିଆରି କରନ୍ତୁ ଯାହା ଆପଣଙ୍କ ପିଲାଙ୍କୁ ମଦ୍ୟ ବହୁତ ଟେଷ୍ଟି ଲାଗିବ । ଏହି ପନିର ଫ୍ରାଏ ଏକଦମ ସାଧାସିଧା କିନ୍ତୁ କମ ସମୟରେ ବନେଇ ପାରିବେ ଏବଂ ଟେଷ୍ଟି ମଧ୍ୟ । ପନିର ଫ୍ରାଏ ପାଇଁ ଆବଶ୍ୟକ ସାମଗ୍ରୀ କଣ ସବୁ ଆସନ୍ତୁ ଜାଣିବା ।
ଆବଶ୍ୟକସାମଗ୍ରୀ

ପନିର୍-୨୦୦ଗ୍ରାମ୍,
କର୍ଣ୍ଣଫ୍ଲୋର-୨ଚାମଚ,
ଗୋଲମରିଚଗୁଣ୍ଡ-ଏକଚାମଚ,
ଲଙ୍କାଗୁଣ୍ଡ-ଏକଚାମଚ,
ଓରେଗାନୋ-ଅଧାଚାମଚ,
ଚିଲିସସ୍-ଦୁଇଚାମଚ,
ଅଦାପେଷ୍ଟ-୨ଚାମଚ,
ରସୁଣପେଷ୍ଟ-ଦୁଇଚାମଚ,
ବଟର-୨ଚାମଚ,
ଲୁଣ- ସ୍ବାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ ପନିର୍କୁ କାଟି ରଖନ୍ତୁ। ଏହା ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ଗୋଲମରିଚ ଗୁଣ୍ଡ, ନାଲି ଲଙ୍କା ଗୁଣ୍ଡ, ଅଦା ରସୁଣ ବଟା, ଚିଲି ସସ୍, ଲୁଣ, ଓରେଗାନୋ ଓ ଅଳ୍ପ ପାଣି ଦେଇ ଭଲଭାବେ ଗୋଳାନ୍ତୁ। ସେଥିରେ ପନିର୍କୁ ଗୋଳାଇ ଫ୍ରିଜ୍ରେ ୧୫-୨୦ ମିନିଟ୍ ରଖନ୍ତୁ। ଏହାପରେ ଚୁଲାରେ ତାୱା ବସାଇ ବଟର ଗରମ କରନ୍ତୁ। ମ୍ୟାରିନେଟ୍ ପନିରକୁ ଗୋଟିଏ ଗୋଟିଏ ତାୱାରେ ରଖି ଭାଜନ୍ତୁ। ଧିମା ଆଞ୍ଚରେ ପନିର୍ର ଦୁଇ ପାର୍ଶ୍ବକୁ ଭଲ ଭାବେ ଭାଜନ୍ତୁ। ଏହାକୁ ପୋଦିନା କିମ୍ବା ଧନିଆ ଚଟଣି ସହ ଗରମ ଗରମ ପରଷନ୍ତୁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

ADVERTISEMENT
ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

Login