ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲାର ଚାର୍ଜସିଟକୁ ମୋହନ ମାଝୀଙ୍କ ସମାଲୋଚନା । ଘଟଣା ପଛର ଷଡ ଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡାଇବାକୁ ନାଟକ କହିଲେ ମୋହନ । ଷଡଯନ୍ତ୍ରରେ ବିଜେଡିର ଦୁଇ ଛାମୁଆ ନେତାଙ୍କ ସମ୍ପୃକ୍ତି ଚର୍ଚ୍ଚା ହେଉଥିଲା । ବିଜେଡି ନେତା ବବି ଦାସ ଓ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଅଭିଯୋଗ ଥିଲା । ତେବେ ଚାର୍ଜସିଟରେ ଷଡଯନ୍ତ୍ର ପାର୍ଟକୁ ଆଖିବୁଜି ଦିଆଗଲା । କାହା ଇଙ୍ଗିତରେ ଗୋପାଳ ପରିଚାଳିତ ହେଉଥିଲା ତାକୁ ଚାପି ଦିଆଗଲା । କାହିଁକି ଗୋପାଳ ମନରେ ନବକଙ୍କ ପ୍ରତି ଆକ୍ରୋଶ ଥିଲା କିଛି କୁହାଗଲାନି ।ଗୋପାଳକୁ କେମିତି ଫାଣ୍ଡି ଇନଚାର୍ଜ କରାଯିବା ସହ ପିସ୍ତଲ ଦିଆଯାଇଥିଲା । ଏହା ପଛରେ ଯେଉଁମାନେ ଅଛନ୍ତି , ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ନାଟକ । ଗୋପାଳର ବନ୍ଧୁକରୁ ଗୁଳି ନେଇ ଚାର୍ଜସିଟରେ ନାହିଁ , ସିବିଆଇ ତଦନ୍ତ ହେଉ ।
Views: 100