ଭୁବନେଶ୍ୱର : ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା । ୩୦ରୁ ଅଧିକଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସର ସୂଚନା । ୧ ତାରିଖରେ ୧ ଓ ୩ ନଂ ୱାର୍ଡବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କାଚ ବୋଦଲ, ପଥର ମାଡରେ ଉଭୟପଟୁ ୧୦ ଆହତ ହୋଇଥିଲେ । ଗତକାଲି ରାତିରେ ପଦ୍ମକେଶରୀପୁର ଗାଁରେ ବ୍ୟାପକ ରେଡ୍ କରିଥିଲା ପୋଲିସ। ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତି ଡିସିପି ଅଫିସ ସାମ୍ନାରେ ରଙ୍ଗ୍ ସାଇଡରେ ଗାଡ଼ି ନେଇଯାଉଥିଲେ । ସେହି ସମୟରେ ଅନ୍ୟ ଏକ ଗୋଷ୍ଟୀର ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ଅଟକାଇଥିଲେ । ପରେ ରଙ୍ଗ ସାଇଡରେ ଗାଡି ନେଇ ଯାଉଥିବାରୁ ଉଭୟଙ୍କ ମଧରେ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ପକ୍ଷର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସକୁ ଇଟା ପଥର ମାଡ଼ ସହ ଗାଡ଼ି ଭାଙ୍ଗି ଦେଇଥିଲେ। ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ।
Views: 110











