The Ultimate Managed Hosting Platform
ADVERTISEMENT

ଗୃହରେ ସାମ୍ବାଦିକ ପ୍ରସଙ୍ଗରେ ଦାବି କଲେ ନରସିଂହ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭା ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଲୋକସଭା ଭବନକୁ ସାମ୍ବାଦିକଙ୍କୁ ଫ୍ରି ଏଣ୍ଟ୍ରି ମିଳୁ କହିଲେ ନରସିଂହ । ଅନ୍ୟ ରାଜ୍ୟ ଭଳି ଓଡିଶାରେ ବି ସାମ୍ବାଦିକଙ୍କୁ ପେନସନ ଦିଆଯାଉ । ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ପାସ୍ ବ୍ୟବସ୍ଥା କରନ୍ତୁ ସରକାର । ଦୀର୍ଘଦିନ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳୁନାହିଁ । ତେଣୁ ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ । ସେହିଭଳି ଅନ୍ୟ ରାଜ୍ୟରେ ପେନସନ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ ଦିଆଯାଉ ବୋଲି ଦାବି କରିଛନ୍ତି ନରସିଂହ ।
ସେହିପରି ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ୍ ୬ ବର୍ଷ ଧରି ୩ ଦଫା ଦାବିରେ ଆନ୍ଦୋଳନ କରୁଛି । ସରକାର ପ୍ରତିହିଂସା ପରାୟଣ ହୋଇ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି, ଏହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ନରସିଂହ । ଏହାବାଦ୍ ବଲାଙ୍ଗୀର ଜମି ହଡ଼ପ ଘଟଣାରେ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା

ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା

ପୁରୀ : ଏବେ ନୀଳକନ୍ଦର ଛୀଡି ବଡଦାଣ୍ଡରେ ବଳିଆରଭୂଜ । ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ।...

ADVERTISEMENT

Login