ଭୁବନେଶ୍ୱର : ବିଧାନସଭାରେ ବିସ୍ଫୋରକ ତଥ୍ୟ ରଖିଲେ ଜୟ ନାରାୟଣ ମିଶ୍ର । ପଏଣ୍ଟ ଅଫ ଅର୍ଡର ଉଠାଇ ବିରୋଧିଙ୍କୁ ଟାର୍ଗେଟ କଲେ । ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ ବିରୋଧୀ, ଆମେ ଆଲୋଚନା ଚାହୁଁଥିଲୁ । କିନ୍ତୁ କଣ ପାଇଁ ଗୃହକୁ କାଲିଠାରୁ ମୁଲତବି କରାଯାଇଛି । ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା ହୋଇଛି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ । ଏ ଗୃହକୁ କଣ ପାଣ୍ଡିଆନ ଚଳାଇବେ ବୋଲି କହିଛନ୍ତି ଜୟ ନାରାୟଣ । ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହ ବନ୍ଦ କରିଦିଆଯିବ । ପାଣ୍ଡିଆନଙ୍କ ନମ୍ବନ ୧ ଚାମଚା ହେବା ପାଇଁ ପ୍ରତିଯୋଗୀତା ଚାଲିଛି ।
Views: 58











