ବ୍ୟୁରୋ: ଗୁରୁବାରକୁ ଜଗତର ପାଳନ କର୍ତ୍ତା ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ଏହି ଦିନ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପୂଜିବାର ବିଧାନ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଯେଉଁ ବ୍ୟକ୍ତି ଶ୍ରୀହରି ବିଷ୍ଣୁଙ୍କୁ ବିଧି ପୂର୍ବକ ପୂଜା କରେ ଭଗବାନଙ୍କ କୃପା ସବୁବେଳେ ତା ଉପରେ ରୁହେ । ଯାହାଫଳରେ ଘରେ ସୁଖ ,ଶାନ୍ତି ଏବଂ ସମୃଦ୍ଧି ଲାଗି ରହିବ । ଯଦି ଆପଣ ଭଗବାନ ବିଷ୍ଣୁଙ୍କ ଆର୍ଶୀବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏହି ଦିନ ଭୁଲରେବି କରନ୍ତୁ ନାହିଁ ଏହି କାମ । ଆସନ୍ତୁ ଜାଣିବା ।
-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଭୁଲରେ ବି ମହିଳା ମାନେ ମୁଣ୍ଡ ଧୋଇବା ଉଚିତ୍ ନୁହେଁ । ମାନ୍ୟତା ଅନୁସାରେ ସେମାନଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ରୁକ୍ଷ ହୁଅନ୍ତି । ତେଣୁ ଆପଣଙ୍କ କାମ ଅସମ୍ପୁର୍ଣ୍ଣ ରହିବେ ।
-ଗୁରୁବାର ଦିନ ଆପଣ କଦଳୀ ଖାଆନ୍ତୁ ନାହିଁ । କାରଣ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ତେଣୁ ଏହି ଦିନ କଦଳୀ ଗଛକୁ ପୂଜା କରିବା ଉଚିତ୍ । ଯଦି ହେି ଦିନ ଆପଣ କଦଳୀ ଖାଆନ୍ତି ତେବେ ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ଦୁଃଖିତ ହୋଇ ପାରନ୍ତି ।
-ଟଙ୍କା ନେଣଦେଣ କେବେ ବି ଗୁରୁବାର ଦିନ କରନ୍ତୁ ନାହିଁ । ଏହା କଲେ ଆପଣଙ୍କ ଗୁରୁ ଗ୍ରହ କମଜୋର ହୋଇପାରେ । ଆର୍ଥିକ ଅନଟନର ସାମ୍ନା କରିବାକୁ ପଡିପାରେ । ଯାହାଫଳରେ ଆପଣଙ୍କ ଜୀବନରୁ ସୁଖ ଶାନ୍ତି ଚାଲିଯିବ ।
-ଗୁରୁବାର ଦିନ ଭୁଲରେ ବି ମାତା-ପିତା ଗୁରୁଜନଙ୍କୁ ଅପମାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଗୁରୁ ବୃହସ୍ପତି ଆପଣଙ୍କ ଉପରେ କ୍ରୋଧ କରି ପାରନ୍ତି । ଜୀବନରେ ଦଃୁଖ କଷ୍ଟ ଆସିଯିବ ।
-କୈାଣସି ଧାନ ଜିନିଷ କିମ୍ବା ପୂଜା ସହିତ ଜଡିତ କୈାଣସି ଜିନିଷ ଗୁରୁବାର ଦିନ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ନଷ୍ଟ ହୋଇଯିବ ।
(ପ୍ରତ୍ୟାଖାନ-ଏହା ସାଧାରଣ ସୂଚନା ଉପରେ ଆଧାରିତ । ଏଥିରେ ଶପଥ ନ୍ୟୁଜର କୈାଣସି ମତ ନାହିଁ ।)
ଗୁରୁବାର ଦିନ କରନ୍ତୁ ନାହିଁ ଏହି ୫ଟି ଭୁଲ , ବିପଦକୁ କରିବେ ନିମନ୍ତ୍ରଣ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











