ତେଲକୋଇ : ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ଛୁଆ ହାତୀ ମୃତ । ବାଂଶପାଳ ବ୍ଲକ ଭେଜିଡିହ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ । ଜଳ ନିଷ୍କାସନ ପାଇଁ ଗାତଟି ଜଙ୍ଗଲ ବିଭାଗ ଖୋଳିଥିବା ସୂଚନା । କାଲିଠୁ ହାତୀ ଛୁଆ ଗାତରେ ପଡିଥିଲେ ବି ଉଦ୍ଧାର ହୋଇ ନ ପାରି ମୃତ ।
ଗତକାଲି ରାତିରେ ନୟାକୋଟ ବିଟ୍ ର ଭେଜିଡିହୀ ଅଞ୍ଚଳରେ ଘୁରି ବୁଲୁଥିବା ୧୨ ଟିକିଆ ହାତୀ ପଲରେ ଥିବା ଏହି ଶାବକଟି ଅସୁସ୍ଥ ହୋଇ ଜଙ୍ଗଲରେ ପଡ଼ି ରହିଥିଲା। ତେବେ ଗୋଠରେ ଥିବା ୧୧ ଟିକିଆ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ଏବେ ଘୁରିବୁଲୁଥିବା ଜଣାପଡ଼ିଛି।
ହାତୀ ଶାବକଟିର ବୟସ ପାଖାପାଖି ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ଠାରୁ ଏ ସି ଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନ କାନ୍ତ ସାହୁ, ବନପାଳ ଜ୍ୟୋତିର୍ମୟୀ ପଟ୍ଟନାୟକ, ରାଜେନ୍ଦ୍ର ପାତ୍ରଙ୍କ ସହିତ ବନ ବିଭାଗ ଟିମ ଉପସ୍ଥିତ ରହି ଶାବକ ଟିକୁ ଉଦ୍ଧାର କରି ଚିକିତ୍ସା ଚଳାଇଥିଲେ ଆଜି ସକାଳେ ଶାବକଟିର ମୃତ୍ୟୁ ଘଟିଛି। ଶାବକଟିର ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି ।
ଗାତରେ ପଡି ଛୁଆ ହାତୀ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











