ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡିରେ ଲାଗିବ ଗ୍ରୀନ ଷ୍ଟିକର । ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା । ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣ ପତ୍ର ନ ଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡକ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି । ୨୦୧୯ରେ ଯେଉଁ ଫାଇନ ବଢାଯାଇଛି କୋହଳ କରିବାକୁ ତର୍ଜମା କରିବୁ । ଅନ୍ୟ ରାଜ୍ୟରେ ଫାଇନ କମ ରହିଛି , ପର୍ଯ୍ୟାଲୋଚନା କରୁଛୁ । ନୂଆ ଓ ପୁରୁଣା ସବୁ ଗାଡିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି । ଯେଉଁ ଗାଡିରୁ ଫାଇନ ଆଦାୟ ସରିଛି, ତାହାର ମଧ୍ୟ ବିଚାର କରାଯାଉଛି ।
Views: 66











