ଗାଜା : ଗାଜାରେ ଇସ୍ରାଏଲ ପୁଣି ଥରେ ବଡ ଆକ୍ରମଣ କରିଛି । ଆକ୍ରମଣରେ ୧୨ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ଇସ୍ରାଏଲ୍ ସେନା ଉତ୍ତର ଗାଜାର ଜବାଲିଆ, କେନ୍ଦ୍ରୀୟ ଘାଜାର ବୁରେଜ ଶରଣାର୍ଥୀ ଶିବିର ଏବଂ ଦକ୍ଷିଣ ଗାଜାର ଖାନ ୟୁନିସରେ ଆକ୍ରମଣ କରିଥିଲା। ଗତ ୧୫ ମାସ ଧରି ଗାଜାରେ ଏଭଳି ଆକ୍ରମଣ କ୍ରମାଗତ ଭାବରେ ଜାରି ରହିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଜବାଲିଆରେ ହୋଇଥିବା ଆକ୍ରମଣରେ ଜଣେ ମହିଳା ଏବଂ ଚାରି ଜଣ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଜବାଲିଆ ହେଉଛି ଉତ୍ତର ଗାଜାର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ, ଯେଉଁଠାରେ ଅକ୍ଟୋବରରୁ ଇସ୍ରାଏଲ୍ ବ୍ୟାପକ ଆକ୍ରମଣ କରିଛି। ଏଥିସହ ବୁରାଜ ଶରଣାର୍ଥୀ ଶିବିରରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ଜଣେ ମହିଳା ଏବଂ ଶିଶୁଙ୍କର ମୃତ୍ୟୁ ଘଟିଛି।
Views: 46