ପିପିଲି : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇସାରିଛି । ଗତ ୧୫ ତାରିଖରେ ନିଖୋଜ ଆଶୀର୍ବାଦକୁ ଖୋଜିବା ପାଇଁ ପରିବାର ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନ ସମସ୍ତେ ନୟାନ୍ତ ହୋଇ ପଡିଥିଲେ । ଶେଷରେ ଦୀର୍ଘ ୬ଦିନ ପରେ ମିଳିଥିଲା ମୃତଦେହ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଥିଲା ଆଶୀର୍ବାଦର ମୃତଦେହ । ପୋଲିସ୍ ସନ୍ଦେହରେ ଅଭିଯୁକ୍ତ ପଡୋଶୀ ଦାଦା ବାପି ସାହୁକୁ ଅଟକ ରଖି ପଚରା ଉଚରା କରିଥିଲା । ଆଉ ଶେଷରେ ଅଭିଯୁକ୍ତ ସବୁ ସତ କଥା ପୋଲିସ୍ ଆଗରେ ମାନିଥିଲା । ଗତକାଲି ଆଶୀର୍ବାଦର ମୃତଶରୀର ବ୍ୟବଛେଦ ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏପଟେ ପ୍ରଶାସନ ପକ୍ଷରୁ ରେଡ଼କ୍ରସ୍ ସହାୟତା ରାଶି କୋଡିଏ ହଜାର ଟଙ୍କାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ତେବେ ଏକ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି ଅଞ୍ଚଳବାସୀ । ସେପଟେ ଅଭିଯୁକ୍ତ ପ୍ରଭାକର ସାହୁକୁ ଆଜି ଅପରାହ୍ନରେ ପିପିଲି କୋର୍ଟରେ ହଜାର କରାଯିବା ନେଇ ସୂଚନା ରହିଛି ।
ଗାଁ ଶ୍ମଶାନରେ ହେଲା ଆର୍ଶୀବାଦର ଅନ୍ତିମ ସଂସ୍କାର

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...