ଆଗଲପୁର: ଗାଁରେ ଚାଞ୍ଚଲ୍ୟ, ଜୀବନ ହାରିଲେ ଦମ୍ପତି। ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା କୁଦପାଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଗାଁମୁଣ୍ଡ ବିଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ସ୍ୱାମୀ କ୍ଷୀରୋଦ ବରିହା ଓ ତାରିଣୀ ବରିହା। ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଉଭୟ ସ୍ବାମୀ ଓ ସ୍ତ୍ରୀ କୌଣସି କାରଣରୁ ବିଲ ମଝିରେ ସ୍ଵାମୀ ରଶି ଲଗାଇ ଏକ ଗଛମୂଳରେ ଆତ୍ମହତ୍ୟା କରିଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ଏକା ସାଙ୍ଗରେ ଆତ୍ମହତ୍ୟା କରିବା ଅଞ୍ଚଳରେ ପ୍ରଥମ ଘଟଣା ବୋଲି ଜଣା ପଡ଼ିଛି। ଆଜି ସକାଳେ ଗାଁଲୋକେ ଏକ ନିମ୍ବ ଗଛରେ କ୍ଷୀରୋଦଙ୍କ ଝୁଲନ୍ତା ଦେଖିବାକୁ ପାଇଥିଲେ। ଏଣେ, ତାରିଣୀଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖିଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 91











