ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗରେ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି । ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି । ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ କମିଟି ନିବେଦନ କରୁ କହିଲେ । ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି କହୁ । ପରିଚାଳନା କମିଟିରେ ଏଜେଣ୍ଡା ଭାବରେ ଏହା କାହିଁକି ଆଲୋଚନା ହେଉନି । ସୁରକ୍ଷା ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ କମିଟିରେ ଆଲୋଚନା ହେଉ । ଭକ୍ତମାନଙ୍କ ପାଇଁ ସବୁ ଦ୍ୱାର ଖୋଲିବାକୁ ମଧ୍ୟ ନିବେଦନ କଲେ । ସ୍ଥାନୀୟ ଲୋକଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ କହିଲେ । ରତ୍ନଭଣ୍ଡାର କେବେ ଖୋଲିବ ସରକାର ନିଷ୍ପତ୍ତି ନେବେ କହିଥିଲେ ଗଜପତି ।
Views: 78