କାନପୁର : ଗଙ୍ଗା ନଦୀ ଉପରେ ନିର୍ମିତ ୧୫୦ ବର୍ଷର ପୁରୁଣା ବ୍ରିଜ ଭୁଶୁଡିଲା । ଏହି ବ୍ରିଜ ଉନ୍ନାଓ-କାନପୁରକୁ ସଂଯୋଗ କରୁଥିଲା ୧୮୭୪ ମସିହାରେ ନିର୍ମିତ ଏହବ୍ସେତୁ ଲୋକମାନଙ୍କର ଲାଇଫ ଲାଇନ ଥିଲା । ପ୍ରତିଦିନ ହଜାରହଜାର ଲୋକ ଏହି ସେତୁ ଦେଇ ଯିବା ଆସିବା କରୁଥିଲେ । ସେତୁଟି ଖରାପ ହେବାରୁ ୨୦୨୧ରେ ଏହା ଉଫରେ ଯାତାୟତ ବନ୍ଦ କରାଯାଇଥିଲା । ଏହି ସେତୁ ବ୍ରିଟିଶ କାଳରେ ଅଭଦ ଏବଂ ରୋହିଲଖଣ୍ଡ ଲିମିଟେଡ୍ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା । ୮୦୦ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ରେସିଡେଣ୍ଟ୍ ଇଞ୍ଜିନିୟର ଏସ୍.ବି ନ୍ୟୁଟନ୍ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ଇ. ୱେଡଗାର୍ଡଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିଲା । ସେତୁର ବୟସ ୧୦୦ ବର୍ଷ ବୋଲି କୁହାଯାଉଥିଲା । ସେତୁର କାନପୁର ପାର୍ଶ୍ୱରେ ୨, ୧୦, ୧୭ ଏବଂ ୨୨ ନମ୍ବର କମ୍ପାର୍ଟମେଣ୍ଟରେ ଫାଟ ଦେଖାଦେଇଥିଲା । ଇଞ୍ଜିନିୟରମାନେ ଏକ ଅନୁସନ୍ଧାନ କରି ଏହାକୁ ଯାତାୟାତ ଅନୁପଯୁକ୍ତ ବୋଲି ଘୋଷଣା କରିଥିଲେ । ଏହାପରେ ଉନ୍ନାଓ ଏବଂ କାନପୁର ଆଡ଼କୁ ବ୍ରିଜ ଉପରେ ପ୍ରାଚୀର ନିର୍ମାଣ କରାଯାଇଥିଲା ।
ଗଙ୍ଗା ନଦୀ ଉପରେ ନିର୍ମିତ ୧୫୦ ବର୍ଷର ପୁରୁଣା ବ୍ରିଜ ଭୁଶୁଡିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











