The Ultimate Managed Hosting Platform
ADVERTISEMENT

ଖାଇବା ତେଲ ପରେ ଏବେ ଡାଲି ହେଉଛି ମହଙ୍ଗା

Facebook
Twitter
LinkedIn

ଖାଉଟିଙ୍କ ଉପରେ ମହଙ୍ଗା ପରେ ମହଙ୍ଗା ମାଡ଼ । ଖାଇବା ତେଲର ଅହେତୁକ ଦର ବୃଦ୍ଧି ପରେ ଏବେ ସେହି ପଥରେ ଡାଲି । ପୂର୍ବ ୬ ସପ୍ତାହ ଧରି ହରଡ଼ ଡାଲି ଏବଂ ବିରି ଡାଲିର ଦାମ୍‌ରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଏହାର ବଡ଼ କାରଣ ଫସଲ ଅଞ୍ଚଳରେ ଅଧିକ ଜଳ ପ୍ରବାହ ହେତୁ କ୍ଷତିର ଆଶଙ୍କା ଏବଂ ଖରିଫ୍‌ ଋତୁରେ କମ୍‌ ମହଜୁଦ୍‌ କମ୍‌ ଥିବା କୁହାଯାଉଛି ।

ମହାରାଷ୍ଟ୍ରର ଲାତୁରରେ ଭଲ ଗୁଣବତ୍ତାର ହରଡ଼ ଡାଲିର ଏକ୍ସ-ମିଲ୍‌ ଦାମ୍‌ ୬ ସପ୍ତାହ ପୂର୍ବରୁ ପାଖାପାଖି ୯୭ ଟଙ୍କା ରହିଥିଲା । ଯାହାକି ଏବେ ବଢ଼ି ୧୧୫ ପ୍ରତି କିଲୋଗ୍ରାମ୍‌ ହୋଇଛି । କୃଷି ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ତାଜା ଲିଷ୍ଟ ଅନୁସାରେ ହରଡ଼ ଡାଲିର ଦାମ୍‌ ଗୋଟିଏ ବର୍ଷ ପୂର୍ବରୁ ୪.୬ ପ୍ରତିଶତ କମ୍‌ ରହିଥିଲା । ସେହି ସମୟରେ ବିରି ଡାଲି ୨ ପ୍ରତିଶତ କମ୍‌ ରହିଥିଲା । ପ୍ରମୁଖ ଡାଲି ଜାତୀୟ ଶସ୍ୟ ଉତ୍ପାଦିତ ଅଞ୍ଚଳରେ ଜଳ ପ୍ରବାହ ହେତୁ ଫସଲ କ୍ଷତି ହେବା ଆଶଙ୍କା କରି ଦାମ୍‌ ବୃଦ୍ଧି କରାଯାଉଥିବା କୁହାଯାଉଛି ।

ଆଫ୍ରିକାରୁ ଆସୁଥିବା ୫ ଲକ୍ଷ ଟନ୍‌ ଡାଲି ଜାତୀୟ ଶସ୍ୟ ଅଗଷ୍ଟ ମାସ ଶେଷ କିମ୍ୱା ସେପ୍ଟେମ୍ୱର ମାସ ଆଡ଼କୁ ଆସିବା ନେଇ ଅନୁମାନ କରାଯାଉଛି । ଅଧିକ ବର୍ଷା ଫଳରେ ବିରି ଫସଲରେ କ୍ଷତି ସହିବା ନେଇ ଚାଷୀ ଆଶଙ୍କା କରିଛନ୍ତି ।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login