ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହଣ୍ଟର ୱାଇନ ଅଞ୍ଚଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା ଖବର ମିଳିଛି । ଗ୍ରେଟା ସହର ନିକଟରେ ଥିବା ଜଙ୍କସନରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲିଥିବା ଖବର ପୋଲିସକୁ ରାତିରେ ସୂଚନା ମିଳିଥିଲା । ବସଟି ବିବାହ ଭୋଜିରୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ପୋଲିସ କହିବା ମୁତାବକ, ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତ ହୋଇଥିବା ୧୧ଜଣ ବ୍ୟକ୍ତିଙ୍କୁ ହେଲିକପ୍ଟର୍ ଓ ସଡ଼କ ପଥରେ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ତେବେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଘଟଣାସ୍ଥଳରେ ସ୍ପେସାଲିଷ୍ଟ ଫୋରେନସିକ ପୋଲିସ ଏବଂ କ୍ରାସ୍ ଇନଭେଷ୍ଟିଗେସନ୍ ୟୁନିଟ୍ ତଦନ୍ତ କରୁଛନ୍ତି।
Views: 98











