ନୂଆଦିଲ୍ଲୀ :କମୁଛି ସୁନା ଓ ରୂପା ଦର । ଧନତେରସ ଏବଂ ଦୀପାବଳିରେ ସୁନା ଦର ବଢ଼ିଥିବା ବେଳେ ଅଳ୍ପ କେତେ ବ୍ୟବଧାନରେ ପୁଣି ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ର ସୂଚନା ଅନୁଯାୟୀ, ସୁନା ଏବଂ ରୂପା ମୂଲ୍ୟ ସେମାନଙ୍କର ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରାୟ ୯ରୁ ୧୬ ପ୍ରତିଶତ ହ୍ରାସ ପାଇଛି । ଏମ୍ସିଏରେ ସୁନାର ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟ ୧୦ ଗ୍ରାମ୍ ପିଛା ୧ଲକ୍ଷ ୩୨ହଜାର ୨୯୪ରୁ ୧୧ହଜାର ୭୭୯ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୨୦ହଜାର ୫୧୫କୁ ଆସିଛି । ଯାହାକି ପ୍ରାୟ ୮.୯୦ ପ୍ରତିଶତ ହ୍ରାସ ହୋଇଛି । ସେହିପରି ରୁପା ମୂଲ୍ୟ ୧ଲକ୍ଷ ୭୦ହଜାର ୪୧୫ କିଲୋଗ୍ରାମରୁ ୨୬ହଜାର ୫୯୫ ଟଙ୍କା ହ୍ରାସ ପାଇ ୧ଲକ୍ଷ ୪୩ ହଜାର ୮୧୯ ଟଙ୍କାକୁ ଖସିଛି । ଏହାର ଅର୍ଥ ହେଉଛି ରୁପାରେ ୧୫.୬୦ ପ୍ରତିଶତ ହ୍ରାସ ଘଟିଛି । ବିଶ୍ୱ ବଜାରରେ ମଧ୍ୟ ସୁନା ଏବଂ ରୁପାର ମୂଲ୍ୟ ଯଥାକ୍ରମେ ପ୍ରାୟ ୮.୬୦ ପ୍ରତିଶତ ଏବଂ ୧୨.୬୦ ପ୍ରତିଶତ ହ୍ରାସ ପାଇଛି । ଦୁଇ ଦିନର ହ୍ରାସ ପରେ ସୁନା ଏବଂ ରୁପା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଆଶା ସୁନା ଏବଂ ରୁପାକୁ କିଛି ସମର୍ଥନ ଯୋଗାଇଛି । ଦୁଇ ଦେଶ ମଧ୍ୟରେ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାର ରିପୋର୍ଟ ମଧ୍ୟରେ ଗୁରୁବାର ସକାଳେ ଏମ୍ସିଏକ୍ସରେ ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । ସୁନା ଓ ରୂପା ଦର ଆଗକୁ ଆହୁରି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ଖସୁଛି ସୁନା, ରୁପା ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











