ଭୁବନେଶ୍ୱର : କ୍ରେଡିଟ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ । ୪୫୦ଟି କ୍ରେଡିଟ ଓ ଡେବିଟ କାର୍ଡ ସହ ୪ଟି କିଓସ୍କି ମେସିନ ଜବତ । ନଗଦ ୭ ଲକ୍ଷ ଟଙ୍କା ସହ ଏହାଧିକ ବ୍ୟାଙ୍କ ପାସବୁକ ମଧ୍ୟ ଜବତ । ନକଲି ଡକ୍ୟୁମେଣ୍ଟ ଦେଇ ଅନ୍ୟ ନାଁରେ କ୍ରେଡିଟ କାର୍ଡ କରୁଥିଲେ । ଏସବୁ କ୍ରେଡିଟ୍ କାର୍ଡ ବିଭିନ୍ନ ହସ୍ପିଟାଲରେ ବ୍ୟବହାର କରୁଥିଲେ । ହସ୍ପିଟାଲ ବିଲିଂ ଏଜେଣ୍ଟ ସହ ମିଶି ଠକେଇ କରୁଥିଲେ ଅଭିଯୁକ୍ତ । ଟଙ୍କା ଦେବା ସତ୍ତ୍ୱେ ରୋଗୀଙ୍କ ପେମେଣ୍ଟ କ୍ରେଡିଟ କାର୍ଡରେ କରୁଥିଲେ । ବିଲିଂ ଏଜେଣ୍ଟ କ୍ରେଡିଟ କାର୍ଡରେ ସ୍ୱାଇପ କରି ପେମେଣ୍ଟ ନେଉଥିଲେ । ରୋଗୀ ସମ୍ପର୍କୀୟ ଦେଉଥିବା କ୍ୟାସକୁ ରଖି ନେଉଥିଲେ ଅଭିଯୁକ୍ତ ।
Views: 86