The Ultimate Managed Hosting Platform
ADVERTISEMENT

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ପୁତ୍ରର ଦେହାନ୍ତ

Facebook
Twitter
LinkedIn

ପର୍ତ୍ତୁଗାଲ ଏବଂ ମଞ୍ଚେଷ୍ଟର ୟୁନାଇଟେଡ ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ପୁତ୍ରର ଦେହାନ୍ତ ହୋଇଛି। ରୋନାଲ୍ଡୋ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହା ତାଙ୍କ ପାଇଁ ଏବଂ ତାଙ୍କ ପତ୍ନୀ ଜର୍ଜିନାଙ୍କ ପାଇଁ ସବୁଠାରୁ ଦୁଃଖଦ ମୁହୂର୍ତ୍ତ। ବହୁ ବିଚାର ବିମର୍ଶ ପରେ ଉଭୟ ମିଳିତ ବିବୃତ୍ତି ଜାରି କରିଛନ୍ତି।ରୋନାଲ୍ଡୋ ଲେଖିଛନ୍ତି – ‘ଅତ୍ୟନ୍ତ ଦୁଃଖର ସହିତ ଏହା କହିବାକୁ ପଡୁଛି ଯେ ଆମର ନବଜାତ ପୁତ୍ରର ଦେହାନ୍ତ ହୋଇଛି। ଏହା କୌଣସି ବି ବାପା-ମାଙ୍କ ପାଇଁ ସବୁଠାରୁ ବଡ ଦୁଃଖ। କେବଳ ଆମର ଶିଶୁ କନ୍ୟାର ଜନ୍ମ ଆମକୁ ଖୁସିରେ ବଞ୍ଚିବା ପାଇଁ ଟିକିଏ ଆଶା ଏବଂ ଶକ୍ତି ଦେଇଛି। ଆମକୁ ସମର୍ଥନ କରୁଥିବା ସମସ୍ତ ଡାକ୍ତର ଏବଂ ନର୍ସମାନଙ୍କୁ ଧନ୍ୟବାଦ।’

ଏହି ଘଟଣାରେ ସେ ଅତ୍ୟନ୍ତ ନିରାଶ ହୋଇଛନ୍ତି ଏବଂ ତାଙ୍କ ଗୋପନୀୟତାକୁ ସମ୍ମାନ କରିବାକୁ ରୋନାଲ୍ଡୋ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି, ‘ତାଙ୍କ ପତ୍ନୀ ଜର୍ଜିନା ଏବଂ ତାଙ୍କୁ ବର୍ତ୍ତମାନ କିଛି ସମୟ ପାଇଁ ଏକାକୀ ରହିବାକୁ ଦିଅନ୍ତୁ। ପୁଅ ଆମ ପାଇଁ ଗୋଟେ ଏଞ୍ଜଲ୍ ଥିଲା। ଆମେ ସବୁବେଳେ ତୁମକୁ ଭଲ ପାଇବୁ।’ ସୂଚନା ମୁତାବକ, ଅକ୍ଟୋବରରେ ରୋନାଲ୍ଡୋ ଏବଂ ଜର୍ଜିନା ଯାଆଁଳା ଶିଶୁର ବାପା-ମା ହେବେ ବୋଲି ଘୋଷଣା କରିଥିଲେ। ଉଭୟ ଡାକ୍ତରଖାନାରୁ ଫଟୋ ମଧ୍ୟ ସେୟାର କରିଥିଲେ। ଏଥିମଧ୍ୟରୁ ଗୋଟିଏ ଶିଶୁ (ପୁଅ)ର ଦେହାନ୍ତ ହୋଇଥିବାବେଳେ ଝିଅଟି ସୁରକ୍ଷିତ ଅଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login