ବ୍ୟୁରୋ : ଅଧିକାଂଶ ଲୋକମାନେ ଗୁଜୁରାତି ଚା’ ପିଇବା ପାଇଁ ବହୁତ୍ ପସନ୍ଦ କରିଥାନ୍ତି । ଏହାର ବାସ୍ନାରେ ହିଁ ଚା’ ପିଇବା ପାଇଁ ଇଛା ହୋଇଥାଏ । ଗୁଜୁରାତି ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଏଥିରେ ଅନେକ ସୌନ୍ଦର୍ୟ୍ୟ ଗୁଣ ମଧ୍ୟ ରହିଥାଏ । ଏହାକୁ ସେବନ କରିବା ଦ୍ବାରା ଅନେକ ଲାଭ ମଧ୍ୟ ହୋଇଥାଏ । ଗୁଜୁରାତି କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ବଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଏହାକୁ କସମେଟିକ୍ ରୂପେ ବ୍ୟବହାର କଲେ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଯାଏ । ତ୍ବଚାରେ ବ୍ରଣ ବା କଳା ଦାଗ ହୋଇଥିଲେ କିମ୍ବା ଓଠ ଫାଟିଥିଲେ ଗୁଜୁରାତିର ଘରୋଇ ଉପଚାରରେ ଆପଣଙ୍କର ଏହି ସମସ୍ୟା ଦୂର କରିପାରିବେ ।
ଆପଣମାନେ ଜାଣିଛନ୍ତି କି? ଗୁଜୁରାତିରେ ଆଇରନ୍, ଭିଟାମିନ୍ ସି’, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ପ୍ରଚୁର ପରିମାଣରେ ପୋଷକ ତତ୍ତ୍ବ ମିଳିଥାଏ । ଏଥି ସହ ଆପଣଙ୍କୁ କହିରଖୁଛୁ ଯେ ଖାଲି ଗୁଜୁରାତିରେ ଲାଭ ନଥାଏ ବରଂ ଗୁଜୁରାତି ପାଣିରେ ମଧ୍ୟ ଅନେକ ପ୍ରକାରର ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତି ପାଣିର ଫାଇଦା ବିଷୟରେ ।
ଯଦି ଆପଣଙ୍କର ପେଟ ଜନିତ କିଛି ସମସ୍ୟା ହେଉଛି, ତେବେ ଆପଣ ଗୁଜୁରାତି ପାଣି ପିଇପାରିବେ । ଏହା ପିଇବା ପରେ ପେଟ ଯନ୍ତ୍ରଣା ଦୂର ହେବା ସହ ବହୁତ ରିଲାକ୍ସ ମଧ୍ୟ ଲାଗିଥାଏ । ଏଥି ସହ ଅନ୍ତନଳୀ ସ୍ବାସ୍ଥ୍ୟରେ ଲାଭ ଆଣିବା ସହିତ କୋଷ୍ଠକାଠିନ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ଯଦି ଆପଣ ନିଜର ଓଜନକୁ କମ୍ କରିବା ପାଇଁ ଚାହୁଁଛନ୍ତି, ତେବେ ମଧ୍ୟ ଆପଣ ଗୁଜୁରାତି ପାଣି ପିଇପାରିବେ । ଏହା ବହୁତ୍ ଶୀଘ୍ର ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ ।
ଗୁଜୁରାତି ପାଣିରେ ଥିବା ଉପାଦାନଗୁଡିକ ଆପଣଙ୍କ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିବାରେ ସହାୟକ ହୋଇପାରେ । ଏହି କାରଣରୁ ହାଇ ବ୍ଲଡ୍ ପ୍ରେସର ରୋଗୀଙ୍କୁ ଗୁଜୁରାତୀ ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଏଥି ସହ କର୍କଟ ରୋଗକୁ ମଧ୍ୟ ଦୂର କରିଥାଏ ଗୁଜୁରାତି ପାଣି । ଯଦି ଆପଣ ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଗୁଜୁରାତି ପାଣି ପିଇବା ଅଭ୍ୟାସ୍ କରନ୍ତୁ ।
କୋଷ୍ଠକାଠିନ୍ୟ, ଏସିଡିଟି ଭଳି ସମସ୍ୟା ରହିଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...