କୋରାପୁଟ : ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସ୍କୁଲ ଛୁଟି । ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ଥିବାରୁ ଉଭୟ ଜିଲ୍ଲାରେ ସ୍କୁଲ ଛୁଟି । ସ୍କୁଲ ଛୁଟି ସହ କୋରାପୁଟରେ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏ ନେଇ ସମସ୍ତ ସ୍କୁଲ କର୍ତ୍ତୁପକ୍ଷ ଓ ସମସ୍ତ ସିଡିପିଓଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଡିଓ ତହସିଲଦାର , ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି । ଅନ୍ୟପଟେ ଅତିପ୍ରବଳ ବର୍ଷା ନେଇ ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଓ ଗଜପତିକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Views: 78











