The Ultimate Managed Hosting Platform
ADVERTISEMENT

କୋମନାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ନୂଆପଡା : ଆଜି କୋମନାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କରିବେ ପ୍ରଚାର । ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧ଟା ୫୦ରେ ଗୋତମାରେ ପହଁଚିବେ । ସେଠାରୁ ପୁଣି ହେଲିପ୍ଟରରେ ଉଦ୍ୟାନବନ୍ଧ ଗସ୍ତରେ ଯିବେ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦ ଯାତ୍ରା କରିବେ । ପରେ କୋମନାରେ ରୋଡ ଶୋ ଓ ଜନ ସମାବେଶକୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପଞ୍ଚମପୁରରେ ସାଧାରଣ ସଭାରେ ଯୋଗ ଦେବେ । ଗୋଟିଏ ଦିନରେ ଦୁଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ନୂଆପଡ଼ା ଉପନିର୍ବାଚନ ପାଇଁ କେତେ ମହତ୍ତ୍ବପୂର୍ଣ୍ଣ ତାହା ଦର୍ଶାଉଛି । ନୂଆପଡ଼ା ବ୍ଲକରେ ବୋଇରିଭାଡି ଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରଚାର କରିଛନ୍ତି । ନୂଆପଡ଼ାର ବିକାଶ ପାଇଁ ଲୋକେ ଆର୍ଶୀବାଦ କରିବେ ବୋଲି କହିଛନ୍ତି ଜୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login