ଭୁବନେଶ୍ୱର : କୋଟିଆକୁ ପଶିଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ । କୋଟିଆକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ । କିନ୍ତୁ କୋଟିଆ ବାସୀଙ୍କୁ ପ୍ରଲୋଭିତ କଲେ କି ଲିଫଲେଟ ବାଣ୍ଟିଲେ କିମ୍ବା ଉତେଜନା ପ୍ରକାଶ କଲେ ନିଆଯିବ ଆଇନଗତ କାର୍ୟ୍ୟାନୁଷ୍ଠାନ । ଓଡ଼ିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ । ମାଆ ବଞ୍ଚିଥିବା ପର୍ୟ୍ୟନ୍ତ ମାଉସୀର ଆବଶ୍ୟକ ନାହିଁ । ଆନ୍ଧ୍ର ମାଆ ହେବାକୁ ଚେଷ୍ଟା ନ କରୁ । ଆମ ସରକାର ପାଇଁ ଭୁବନେଶ୍ବର ଯେତିକି ଗୁରୁତ୍ୱପୂର୍ଣ୍ଣ କୋଟିଆ ସେତିକି ଗୁରୁତ୍ୱପୂର୍ଣ୍ଣ । ଲଗାତାର କୋଟିଆକୁ ସରକାର ପରିଦର୍ଶନରେ ଯିବେ । ବିକଶିତ କୋଟିଆ ନିର୍ମାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ।
Views: 151











