The Ultimate Managed Hosting Platform
ADVERTISEMENT

କୋକେନ ତନାଘନା : ୨୧ ଅଟକ

Facebook
Twitter
LinkedIn

ପାରାଦୀପ : ଜାହାଜରୁ ୨୦୦ କୋଟିର କୋକେନ ଜବତ ଘଟଣା । ଆଜି ବି ଜାହାଜରେ କଷ୍ଟମ , ଏସଟିଏଫ,ଡଗ ସ୍କ୍ୱାଡର ଛାନଭିନ । ୨୧ କ୍ରିଉ ମେମ୍ବରଙ୍କୁ ଅଟକ ରଖି ପଚରାଉଚରା । ଜାହାଜ ଲାଗିଥିବା ପିଆଇସିଟି ବର୍ଥରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଏପରିକି ଓଡ଼ିଶା ବଜାରରେ ଏହାର ପ୍ରବେଶ ଲାଗି ଭିତିରି ଯୋଜନା ଚାଲିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏବେ ଏହାର ତଦନ୍ତ କଷ୍ଟମ୍ସ ବିଭାଗ କରୁଥିବା ବେଳେ ଆଗକୁ ଏନସିବି କିମ୍ବା ଏନ୍ଆଇଏକୁ ଦିଆଯାଇପାରେ ।ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ । ଏହା ପରେ କ୍ର୍ୟୁ ସଦସ୍ୟ ଓ କ୍ୟାପ୍ଟେନ୍ଙ୍କୁ ଜେରା କରାଯାଇଛି । ସନ୍ଧାନୀ କୁକୁର ସହାୟତାରେ ଯାଂଚ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି,ପରିବହନ ଠପ

ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ

ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...

ADVERTISEMENT

Login