ନୂଆଦିଲ୍ଲୀ : କେରଳରେ ନିପା ଭାଇରସରେ ବ୍ୟାପିବା ପରେ ଆଲର୍ଟ । କୋଝିକୋଡର ୭ଟି ସ୍ଥାନରେ ଜାରି ହୋଇଛି କଟକଣା । ଏହି ସବୁ ଅଞ୍ଚଳକୁ କଣ୍ଟାମିନେସନ ଜୋନ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ନିରାକରଣ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଝିକୋଡ ଜିଲ୍ଲାରେ କିଲର ଭାଇରସ ଦୁଇ ଜଣଙ୍କ ଜୀବନ ନେଇଥିବାବେଲେ ସଂକ୍ରମିତ ହୋଇଛନ୍ତି ୨ ଜଣ । ଏନେଇ ସୂଚନା ଦେଇଛନ୍ତି କେରଳ ସରକାର । ନିପା ଭାଇରସ ବ୍ୟାପୁଥିବା ସୂଚନା ମିଳିବା ପରେ କେରଳର ସମସ୍ତ ଜିଲ୍ଲାରେ ହେଲଥ ଆଲର୍ଟ ଜାରି ହୋଇଛି ।
ଏକ ଘରୋଇ ହସ୍ପିଟାଲରେ ୨ ଜଣଙ୍କ ମୃତ୍ୟୁ ହେବା ପରେ ସମସ୍ତ ହସ୍ପିଟାଲରେ ସତର୍କତା ବ୍ୟବସ୍ଥା ଜାରି ହୋଇଛି । ଭାଇରସର ମୁକାବିଲା ଲାଗି କେରଳକୁ ଏକ କେନ୍ଦ୍ରୀୟ ଟିମ ପଠାଯାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ନିପା ଭାଇରସଜନିତ ମୃତ୍ୟୁ ନେଇ ବି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ । କୋଝିକୋଡରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବାବେଳେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି । ୨୦୧୮ରେ କେରଳର କୋଝିକୋଡ ଓ ମାଲାପୁରମ ଜିଲ୍ଲାରେ ବି ନିପା ଭାଇରସ ଆତଙ୍କ ଖେଳାଇଥିଲା ।
କେରଳରେ ଆଲର୍ଟ, ବ୍ୟାପୁଛି ନିପା ଭାଇରସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











