ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡର ପ୍ରେସମିଟ । ଲୁପ ଲାଇନରେ ୨ଟି ମାଲଗାଡି ଠିଆ ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସ ୧୨୮ କିମି ବେଗରେ ଯାଉଥିଲା । ଯଶୋବନ୍ତପୁର ଏକ୍ସପ୍ରେସ ୧୨୬ କିମି ବେଗରେ ଯାଉଥିଲା । ଉଭୟ ଟ୍ରେନ ପାଇଁ ଗ୍ରୀନ ସିଗନାଲ ଥିଲା । ଏକ ମାତ୍ର କରମଣ୍ଡଳ ଦୁର୍ଘଟମାର ଶିକାର ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସ ମାଲଗାଡିକୁ ଧକ୍କା ଦେଇଥିଲା । ଠିଆ ହୋଇଥିବା ମାଲଗାଡିରେ ଲୁହା ପଥର ବୋଝେଇ ହୋଇଥିଲା । ଦୁର୍ଘଟମା ପରେ ମାଲଗାଡି ଆଦୈା ହଲଚଲ ହୋଇ ନ ଥିଲା । କିନ୍ତୁ କରମଣ୍ଡଳ ବଗି ଅନ୍ୟ ଟ୍ରାକରେ ଯାଇ ପଡିଥିଲା । ଯଶୋବନ୍ତପୁର ଏକ୍ସପ୍ରେସର ଶେଷ ଦୁଇଟି ବଗି ସହ ପିଟି ହୋଇଥିଲା । ସୂଚନା ପରେ ୨୦ ମିନିଟ ମଧ୍ୟରେ ଉଦ୍ଧାରକାରୀ ଦଳ ପହଂଚିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡୁଛି , ସିଗନାଲରେ କିଛି ସମସ୍ୟା ଥିଲା । ରେଲୱେ ସେଫ୍ଟି କମିଶନରଙ୍କ ବିସ୍ତୃତ ରିପୋର୍ଟକୁ ଅପେକ୍ଷା ।
Views: 71