ନୂଆଦିଲ୍ଲୀ : ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ସାମ୍ନାକୁ ଆସିଛି । ବିମାନବନ୍ଦର ନିକଟରେ ଥିବା ଘର ଓ ଗଛର ଉଚ୍ଚତା କମିବ। ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମାଲିକମାନଙ୍କୁ ନୋଟିସ୍ ଦିଆଯିବ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିମାନ ନିୟମ ୨୦୨୫ର ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି ।ସୂଚନାନୁଯାୟୀ, ବେସାମରିକ ବିମାନ ଚଳାଚଳ କର୍ତ୍ତପକ୍ଷଙ୍କ ଠାରୁ ନୋଟିସ୍ ପାଇବାର ୬୦ଦିନ ଭିତରେ ଘରର ଉଚ୍ଚତା କମ୍ କରିବେ ମାଲିକ। ବିମାନ ଉଡାଣରେ କୌଣସି ଗଛ ଅବରୋଧ କରୁଥିଲେ ତୁରନ୍ତ କଟାଯିବ । ଏଥିରେ ଘର ମାଲିକ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ। ଯଦି ଘର ମାଲିକ ନିର୍ଦ୍ଧାରିତ ସମୟ ଭିତରେ ଘର ଭାଙ୍ଗିବା ଓ ଉଚ୍ଚତା କମ୍ ନକରିବେ ତାହେଲେ ଏରୋଡ୍ରମ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ । ଏହାପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଘର ଓ ଗଛ ଉଚ୍ଚତା କମାଯିବ ।
Views: 16