The Ultimate Managed Hosting Platform
ADVERTISEMENT

କେନାଲରେ ଫଶିଗଲା ଦନ୍ତା

Facebook
Twitter
LinkedIn

ଢେଙ୍କାନାଳ : ବନବିଭାଗକୁ ନାକେଦମ କରୁଛନ୍ତି ଏ ଦନ୍ତା ହାତୀ । କେଉଁଠି ଗାଁ ଗଣ୍ଡାରେ ପଶି ଲୋକଙ୍କ ଘର ଭାଙ୍ଗି ଲୋକଙ୍କୁ ଦଳି ଦେଉଛି ତ କେଉଁଠି ନିଜେ ନଦୀ ନାଳରେ ଫଶି ଯାଉଛି । ତେବେ ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳି ସେକ୍ସନରେ ରେଙ୍ଗାଳୀ ଦକ୍ଷୀଣ କେନାଲରେ ଫସିଛି ଏକ ହାତୀ । କେନାଲ୍ ମଧ୍ୟକୁ ପଶି ଯାଇଥବା ବେଳେ ଆଉ ବାହାରି ପାରିନାହିଁ । ପ୍ରାୟ ୪ ଘଣ୍ଟା ଧରି ପାଣିରେ ଫସି ରହିଛି ହାତୀ । କଂକ୍ରିଟ୍ କେନାଲ୍ ବନ୍ଧରୁ ଉଠିପାରିନଥିବା ବେଳେ ଶେଷରେ ଗୋଟିଏ ସ୍ଥାନରେ ପଡ଼ି ରହିଛି । ହାତୀକୁ ଦେଖିବାକୁ ଲୋକେ କେନାଲ୍ ବନ୍ଧରେ ଭିଡ଼ ଜମାଇଛନ୍ତି । ସୂଚନା ଅନୁଯାୟୀ ସୋମବାର ସଂଧ୍ୟାରେ ଦନ୍ତାହାତୀଟି ମେରାମଣ୍ଡଳି ଗାଁ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ରାତିରେ ଚିନ୍ତାପୋଖରୀ, ନଗାରୀ, ରଞ୍ଜାସିଂହା, ବିଡ଼ୋ, ତାଳଡ଼ଙ୍ଗା ଅଞ୍ଚଳରେ ଥିବା ଚାଷ ଜମି ପଶି ତାଳ ଓ ଧାନ ଫସଲ ଖାଇ ନଷ୍ଟ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login