କେନ୍ଦ୍ରାପଡା : କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ବେଣାକନ୍ଦା ଗାଁର ମହିଳାଙ୍କ କ୍ଷତାକ୍ତ ମୃତଦେହ ଗୋବରୀ ନଦୀରୁ ଉଦ୍ଧାର । ଗତକାଲି ଗୋବରୀ ନଦୀକୂଳକୁ ଘାସ କାଟିବାକୁ ଯାଇ ଫେରି ନ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇ ନାମକ ଜଣେ ମହିଳା ଗୋବରୀ ନଦୀ କୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିଲା। ମହିଳାଙ୍କ ଦୁଇ ଗୋଡ଼ରେ କୁମ୍ଭୀର କାମୁଡାର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ନଦୀନାଳ ଘେରା ମହାକାଳପଡ଼ା ଅଂଚଳରେ ଦିନକୁ ଦିନ କୁମ୍ଭୀର ଆକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି । ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।
Views: 110











