ଭୁବନେଶ୍ୱର :ଆଶ୍ୱିନ ପୂର୍ଣ୍ଣମୀ, କୁମଦି ପୂର୍ଣ୍ଣମୀ ରେ ହେଉଛି ଚନ୍ଦ୍ର ଗ୍ରହଣ । ଗ୍ରହଣ ସ୍ପର୍ଶ କରିବାର ସମୟ ୧.୫.୨୩ ସେକେଣ୍ଡ । ଗ୍ରହଣ ମଧ୍ୟ ସମୟ ୧.୪୪.୩ ସେକେଣ୍ଡ । ଗ୍ରହଣ ମୋକ୍ଷ ସମୟ ରାତି ୨.୨୨.୩୮ ସେକେଣ୍ଡ । ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ଅପରାହ୍ନ ୪.୫ ମିନିଟରେ ପାକ ତ୍ୟାଗ କରିବେ । ତେଣୁ ସକାଳୁ ଆପଣ ପୂଜା କରିପାରିବେ । କୁମାର ପୂର୍ଣ୍ଣିମା ପବିତ୍ର ଦିନ ହୋଇଥିବା ବେଳେ ଏହି ଦିନ ମା ଲକ୍ଷ୍ମୀଙ୍କ ଜନ୍ମ ଦିନ । ଅନ୍ୟପଟେ ଗ୍ରହଣ ଦିନ ମାଙ୍କ ନାମ ଜପ କଲେ ଅନେକ ଶୁଭ ହୋଇଥାଏ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଚନ୍ଦ୍ରପୂଜା ଓ ଆଂଜୁଳା ଟେକିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କୁଆଁରୀ ଝିଅମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ ଓ ଫୁଲ ଆଦିରେ ଆଞ୍ଜୁଳି ଟେକି ସୂର୍ୟ୍ୟଙ୍କୁ ପୂଜା କରନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୁଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି । ଜହ୍ନ ଉଇଁଲେ ଜହ୍ନି ଫୁଲ, ଫଳ ଓ ଖଇ ଆଦି ଆଞ୍ଜୁଳି ଟେକନ୍ତି । ତେଣୁ ଏହି ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ପୂଜାବିଧି ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସେପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହା ଶ୍ରୀମନ୍ଦିରର ସ୍ୱତନ୍ତ୍ରତା । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।
କୁମାର ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ; ଆଞ୍ଜୁଳା ଟେକିବାକୁ ନେଇ ଦ୍ୱନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











