ମୟୁରଭଞ୍ଜ : ଗତକାଲି ଅର୍ଥାତ ସେପ୍ଟେମ୍ବର ୬ରେ କୁଡୁମୀ ସେନା ପାଳନ କରିଛି କଳା ଦିବସ । ଝାରପୋଖରିଆ ଠାରୁ କୁଡୁମୀ ସେନା ର ଏକ ବିରାଟ ବାଇକ ରାଲି ରେ ବାହାରି ବମ୍ବେ ଛକ , ମୁଡୁମୀ ଶାଖା କାର୍ୟ୍ୟଳୟ ଠାରୁ ବାହାରି ଆଖ ପାଖ ସ୍ଥାନରୁ ପରିକ୍ରମା କରିବା ସାଙ୍ଗରେ ଏକ ବିପ୍ଳବାତ୍ମକ ସ୍ଲୋଗାନ ମାଧ୍ୟମ ରେ ନିଜର ଅଧିକାର ସାବ୍ୟସ୍ତ କରିବାର ନାରା ଦେଇଥିଲେ । ପାଖା ପାଖି ୨୦୦ ରୁ ୩୦୦ କୁଡୁମୀ ସେନା କଳା ବ୍ୟାଚ ଧାରଣ କରି ଥିଲେ । ଦୀର୍ଘ ଦିନ ଧରି ଦାବି କରି ଆସୁଥିବା କୁଡୁମୀ ଜାତିକୁ ରାଜ୍ୟ ସରକାର ଅଣଦେଖା କରିଆସୁଛନ୍ତି । ବିଶେଷ ଭାବେ ଏହି କୁଡୁମୀ ଜାତି କୁ ୧୯୮୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ କୌଣସି କାରଣ ନଥାଇ ଏସଟି ତାଲିକା ରୁ ବାଦ ଦେଇଥବାରୁ ସେପ୍ଟେମ୍ବର ୬ ତାରିଖ କୁ କଳା ଦିବସ ରୂପେ ପାଳନ ହୋଈ ଆସୁଛି । ପୁଣି ଉକ୍ତ ଜାତି କୁ କିପରି ଆଦିବାସୀ ତାଲିକା ରେ ଅନ୍ତର୍ଭୁକ୍ତ କରାଯିବା କୁ ନେଇ ଓଡିଶା ର ଅଗଣିତ କୁଡୁମୀ ସମାଜ ଆଜି ରାଜରାସ୍ତା ରେ ଆନ୍ଦୋଳନ କରୁଛି । ଏହି କଳା ଦିବସ ରେ ବିଶ୍ଵନାଥ ମହାନ୍ତ, ସାଇରମ ମହାନ୍,ହୀରାଲାଲ ମହାନ୍ତ ଶୀତେଶ ମହାନ୍ତ ଓ ଶ୍ୟମା ଖୁଣ୍ଟା ବ୍ଲକ ସଭାପତି ମିଟୁ ଯୋଗ ଦେଇଥିଲେ । ତେଣୁ ଦୁଇ ବର୍ଷ ଧରି ସ୍ଥଗିତ ଥିବା ଆନ୍ଦୋଳନ କୁ ଖୁବ ଶୀଘ୍ର ଏକ ନୂତନ ରୂପ ରେଖ ଦେବା ସଙ୍ଗେ ସଙ୍ଗେ ଏକ ଭୟା ଭୟ ପରିସ୍ଥିତି ଉପୁଜିବାର ଚେତାବନୀ ଦେଇଛି କୁଡୁମୀ ସେନା ।
କୁଡ଼ମୀ ସେନା ପାଳିଲା କଳା ଦିବସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











