କଟକ : କିଡନୀ ଦେବା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗ ମାମଲା । ଅଭିଯୋଗର ତଦନ୍ତ ଜଣେ ଏଡିସିପି କରିବେ କହିଲେ କଟକ ଡିସିପି । ଅଭିଯୋଗର ବିସ୍ତୃତ ଭାବେ ତଦନ୍ତ କରାଯିବ । ମଙ୍ଗଳାବାଗ ଥାନାରେ ଏତଲା ହୋଇଛି । ସବୁ ଦିଗକୁ ନେଇ ତଦନ୍ତ ହେବ । ଅଙ୍ଗ ଦାନର ସମସ୍ତ ନିୟମ ପାଳନ ହୋଇଛି କି ନାହିଁ ତଦନ୍ତ ହେବ । ଏଥିରେ ଆଉ କେହି ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ ସେ ଦିଗ ପ୍ରତି ଗୁରୁତ୍ୱ ଦିଆଯିବ ।
ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଅଞ୍ଚଳର କୁଟୁଲ କୁମାର ମାଝୀ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ କଟକ ଆସିଥିଲେ । ଏହାପରେ ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା । ଏଥିପାଇଁ କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ । ଏହି ସମୟରେ ରାଣୀହାଟ ଅଞ୍ଚଳର ମାର୍କଣ୍ଡ ନାଥ ନାମକ ଜଣେ ଲୋକ ତାଙ୍କ ସହ ଯୋଗାଯୋଗ କରିଥିଲେ, ଆଉ ଟଙ୍କା ଦେଲେ କିଡନୀ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କୁଟୁଲୁ ମାର୍କଣ୍ଡଙ୍କୁ ବିଭିନ୍ନ ପର୍ୟ୍ୟାୟରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ । ହେଲେ ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଇନଥିଲେ ମାର୍କଣ୍ଡ । ଏ ଭିତରେ ବର୍ଷେ ବିତିଗଲା । ଫଳରେ ବାଧ୍ୟ ହୋଇ କୁଟୁଲୁ ଓ ତାଙ୍କ ପରିବାର ରାଣୀହାଟ ଅଞ୍ଚଳର ଲୋକଙ୍କୁ ଜଣାଇଲେ । ଏହାପରେ ସ୍ଥାନୀୟ ଲୋକ ଠକକୁ ଧରି ପଚରାଉଚରା କରିବା ସହ ମଙ୍ଗଳବାଗ ଥାନା ପୋଲିସର ଜିମା ଦେଇଛନ୍ତି ।
କିଡନୀ ଦେବା ପ୍ରତିଶ୍ରୁତି ଦେଇ ଠକେଇ; ତଦନ୍ତ କରିବେ ଏଡିସିପି

Facebook
Twitter
LinkedIn
Facebook
Twitter
LinkedIn
Recent News
ଛାତ୍ରୀ ଆତ୍ମାହୁତି ଉଦ୍ୟମ : ଅଧ୍ୟାପକ ଅଟକ
ବାଲେଶ୍ୱର : ବାଲେଶ୍ୱର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ । ଏଜୁକେସନ ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ । ସହଦେବଖୁଣ୍ଟା ଥାନାରେ...
ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ
ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...
ବଜ୍ରାଘାତ ନେଲା ୩ ଜୀବନ
ନୀଳଗିରି : ପୁଣି ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତରେ ୨ ମହିଳାଙ୍କ ସମେତ ୩ ଶ୍ରମିକଙ୍କ ଜୀବନ ଯାଇଛି । ବରହମପୁର ଥାନା ଛତ୍ରପୁରରେ କେନାଲ...
ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣିନି : ମାନସ
ଭୁବନେଶ୍ୱର : ବିଜେଡି ନେତା ତଥା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା । କହିଲେ ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣି ନାହିଁ । ଚକ୍ରାନ୍ତ କରି ତାଙ୍କ...