The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କାହିଁକି ମୃତ୍ୟୁକୁ ବାଛି ନେଲେ ?

Facebook
Twitter
LinkedIn

ବ୍ୟୁରୋ : ଗୋଟିଏ ପଟେ ଡିଜେ ଆଜେକ୍ସ ଏବଂ ଅନ୍ୟପଟେ ସୈାମ୍ୟ ରଂଜନ ପାଣିଗ୍ରାହୀ । ଚାଲିଗଲା ଦୁଇ ଦୁଇ ଟି ନୀରିହ ଜୀବନା ପ୍ରେମ ପାଇଁ ସେମାନେ ଦେଇଦେଲେ ବଳିଦାନ । ପ୍ରେମକୁ ସେମାନେ କରିଦେଲେ ଚିର ଅମର । ସେମାନଙ୍କ ପାଇଁ ପ୍ରେମ ଥିଲା ସବୁ କିଛି । ନ ହେଲେ , ନିଜ ଜନ୍ମକଲା ବାପା ମା ଓ ପରିବାରକୁ ଛାଡି ସେମାନେ କଣ ମୃତ୍ୟୁକୁ ବାଛି ନେଇଥାନ୍ତେ । ଆଜି ବି କାନ୍ଦୁଛନ୍ତି ସୈାମ୍ୟ ରଂଜନ ପାଣିଗ୍ରାହୀଙ୍କ ବାପା ମା । ନ୍ୟାୟ ପାଇଁ କରୁଛନ୍ତି ଭିକ୍ଷା । କିନ୍ତୁ ତାଙ୍କୁ କଣ ମିଳିଛି ନ୍ୟାୟ ? ସେହିପରି ଏବେ ଏବେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା ସବୁ ଦିନ ପାଇଁ ଏ ଦୁନିଆ ଛାଡି ଚାଲିଗଲେ । ସେ କେବଳ ହିଁ ଗୋଟିଏ ଝିଅ ପାଇଁ । ଦୁହିଁଙ୍କ ଭଇତରେ ପ୍ରାୟତଃ ସବୁ କିଛି ସମାନ ରହିଛି । ଉଭୟ କେବଳ ନିଜ ମନ ଦେଇ ଦୁଇ ଝିଅଙ୍କୁ ଭଲ ପାଉଥିଲେ । ଏବେ ନିଜ ପରିବାରରେ ମଧ୍ୟ କହିଥିଲେ । ବିବାହ ପାଇଁ ଉଭୟ ସୈାମ୍ୟ ଏବଂ ଆଜେକ୍ସଙ୍କ ପରିବାର ବି ରାଜି ଥିଲେ । କିନ୍ତୁ ହେଲା କଣ । ସବୁ କିଛି ସରିଗଲା ଆଉ ଦୁହେଁ ନୂଆ ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲେ ।
ଓଲିଉଡର ସିଙ୍ଗର ସୋନାଲି ନନ୍ଦଙ୍କୁ ଭଲ ପାଉଥିଲେ ସୈାମ୍ୟ ରଂଜନ ପାଣିଗ୍ରାହୀ । ଏତେ ଭଲ ପାଉଥିଲେ ଯେ ତାଙ୍କ ବିନା ସେ କେବେ ବି ରହିପାରି ନ ଥାନ୍ତେ । ତାହାର ଜ୍ୱଳନ୍ତ ଉଦାହରଣ ସେ ନିଜେ ଦେଇଗଲେ । ନ ହେଲେ କଣ ସେ ଦୁନିଆ ଛାଡି ଦେଇଥାନ୍ତେ । ସେମାନଙ୍କ ଭିତରେ କେବଳ ତୃତୀୟ ଜଣଙ୍କ ପ୍ରବେଶ ପାଇଁ ସୈାମ୍ୟ ଏବଂ ସୋନାଲି ଦୁହେଁ ଅଲଗା ହୋଇଗଲେ । ମୃତ୍ୟୁ ପୂର୍ବରୁ ସୋନାଲି ନନ୍ଦଙ୍କ ସହ ଶେଷ କଥା ହୋଇଥିଲେ । ଆଉ ବାପା ମା ଙ୍କ ପାଇଁ ଶେଷ ଚିଠି ମଧ୍ୟ ଲେଖଇଥିଲେ । ନିଜ ବାପା ମା ଓ ଭୁଣୀକୁ ସରି ବୋଲି କହିଥିଲେ । ସୋନାଲି ନନ୍ଦଙ୍କ ଠାରୁ ଦୁରେଇ ରହିପାରିବେ ନି ବୋଲି ନିଜ ଜୀବନକୁ ସେ ନିଜେ ଜାଳିଦେଲେ । ସୈାମ୍ୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପୂରା ପରିବାର ଲୋକେ । ନ୍ୟାୟ ପାଇଁ ଥାନାର ମଧ୍ୟ ଦ୍ୱାରସ୍ଥ୍ୟ ହୋଇଥିଲେ ସୈାମ୍ୟଙ୍କ ପରିବାର । କିନ୍ତୁ କିଛି ବି ଲାଭ ମିଳିଲାନି ।
ଆଉ ସୈାମ୍ୟଙ୍କ ପରି ମଧ୍ୟ ଡିଜେ ଆଜେକ୍ସ ସବୁ ଦିନ ପାଇଁ ଦୁନିଆ ଛାଡିଦେଲେ । ସେ ଭଲ ପାଉଥିଲେ ଡାକ୍ତରାଣୀ ଜିଜ୍ଞାସା ମହାରଣାଙ୍କୁ । କିନ୍ତୁ ଜିଜ୍ଞାସା ହୁଏତ ତାଙ୍କ ସହ ଛଳନା କରୁଥିଲେ । ନ ହେଲେ ଆଜି କଣ ଆଜେକ୍ସ ଏ ଦୁନିଆ ଛାଡି ଦେଇଥାନ୍ତେ । ତାଙ୍କ ବିନା ରହିପାରିବେନି ବୋଲି ଆଜେକ୍ସ ବହୁତ ଥର କହିଥିଲେ । କିନ୍ତୁ ଜିଜ୍ଞାସା ତାଙ୍କ କଥା ଶୁଣି ନ ଥିଲେ । ଜିଜ୍ଞାସା ନିଜର ପୁରୁଷ ବନ୍ଧୁ ରଶ୍ମୀ ସହ ମିଶୁଥିଲେ । ଯାହାକୁ ଗ୍ରହଣ କରିପାରୁ ନ ଥିଲେ ଆଜେକ୍ସ । ନିଜ ମନର କଥାକୁ ସେ ନିଜ ଫୋନରେ ରେକର୍ଡ କରିଦେଲେ । ଆଉ ସେ ସବୁକୁ ଯିଏ ବି ଶୁଣିବ ତାର ଆଖିରୁ ଲୁହ ନିଶ୍ଚୟ ଆସିଯିବ ।
କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ଶାଶ୍ୱତ । ଆଉ ଚିରଦିନ ପାଇଁ ଅମର । ସେଥିପାଇଁ ପ୍ରେମର ଶବ୍ଦକୁ ପ୍ରମାଣିତ କରିବା ପାଇଁ ଦୁଇ ପ୍ରେମୀ ନିଜ ଜୀବନକୁ ବାଜିରେ ଲଗାଇଦେଲେ । ଭୁଲି ଗଲେ ନିଜ ଲୋକଙ୍କୁ , ଭୁଲି ଗଲେ ତାଙ୍କୁ ଭଲ ପାଉଥିବା ସେହି ମଣିଷ ମାନଙ୍କୁ । ଜଣଙ୍କ ପାଇଁ ସେମାନେ ନିଜ ଜୀବନକୁ ବଳି ଦେଇଦେଲେ । ଆଉ ସମସ୍ତଙ୍କ ଆଖିରେ ହୋଇଗଲେ ସେମାନେ ପ୍ରକୃତ ମଣିଷ । ପ୍ରେମ ବିନା କଣ ଜୀବନ ସମ୍ଭବ କି । ନା ବୋଧ ହୁଏ । ନ ହେଲେ ଏମିତି ମୂଲ୍ୟବାନ ଜୀବନ କେବେ ବି ଚାଲିଯାଇ ନ ଥାନ୍ତା । ସେମାନେ ଦୁନିଆକୁ ଅନେକ କିଛି ଶିଖାଇ ଦେଇ ଗଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login