ପୁରୀ : ବନକଲାଗି ନୀତି ବିବାଦ ସମାଧାନ ପ୍ରସଙ୍ଗ । ଆସନ୍ତାକାଲି ଅନୁଷ୍ଠିତ ହେବ ନୀତି ସବ କମିଟି ବୈଠକ । ବୈ÷ଠକରେ ବନକଲାଗିକୁ ନଏଇ ଆସିପାରେ ନିଷ୍ପତ୍ତି । ବୁଧବାର ବନକଲାଗି କରିବାକୁ କହିଲେ ଦତ୍ତମହାପାତ୍ର । ଦତ୍ତ ମହାପାତ୍ର ଲିଖିତ ପ୍ରତିଶ୍ରୁତି ଦେଲେ ହେବ ବନକଲାଗି ।
ସେପଟେ ଦତ୍ତ ମହାପାତ୍ର ଆଜି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ସମ୍ପୃକ୍ତ ସେବକ ପ୍ରକାଶ କରିଛନ୍ତି । ଗତକାଲି ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଆଜି ନୀତି କରିବାକୁ ଦତ୍ତ ମହାପାତ୍ର ସେବକ ପ୍ରସ୍ତାବ ଦେଇଥିଲେ । ଆଜି ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର କମାଣ୍ଡର ସେମାନଙ୍କୁ ମନା କରିଥିବାରୁ ବେଳେ ଦ୍ଵନ୍ଦ୍ୱ ବଢୁଛି ।
Views: 76