The Ultimate Managed Hosting Platform
ADVERTISEMENT

କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

Facebook
Twitter
LinkedIn

ଗଜପତି : କାର ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜୀବନ ହାରିଲେ ବାଇକ ଚାଳକ । ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ନିକଟରେ ।ସୂଚନା ମୁତାବକ ନିଜ ଗ୍ରାମ କାମପଦରରୁ ଚୁଡଙ୍ଗପୂର ଆଡକୁ ବାଇକ ଆରୋହୀ ବସନ୍ତ ବୀର ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ କାର ସହିତ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ବସନ୍ତ ଗୁରୁତର ଆହତ ହୋଇଥିଲେ । ବସନ୍ତକୁ ଏକ କାର ଯୋଗେ ମୋହନା ମେଡିକାଲକୁ ସ୍ଥାନୀୟ ଲୋକ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରୁ କାର ଡ୍ରାଇଭର ଫେରାର ଥିବା ଜଣା ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login