The Ultimate Managed Hosting Platform
ADVERTISEMENT

କାର ଦୁର୍ଘଟଣା ; ୨ ମୃତ

Facebook
Twitter
LinkedIn

ଭଦ୍ରକ : ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ରାଣୀତାଲ ଛକ ନିକଟରେ ଭାରସାମ୍ୟ ହରାଇ ପିଟିଲା କାର । ଜଣେ ଗୁରୁତରଙ୍କୁ କଟକ ଓ ଅନ୍ୟ ଜଣଙ୍କୁ ଭଦ୍ରକ ମେଡକାଲ ସ୍ଥାନାନ୍ତର । ପଶ୍ଚିମବଙ୍ଗରୁ କାର ଯୋଗେ ଭୁବନେଶ୍ୱର ଆସୁଥିଲେ ୪ ଜଣ । ଖବର ଅନୁଯାୟୀ, ପଶ୍ଚିମବଂଗରୁ କାର୍ ଯୋଗେ ଭୁବନେଶ୍ବର ଆସୁଥିଲେ ୪ ଜଣ । ହେଲେ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଘଟିଲା ଭୟଙ୍କର ଦୁର୍ଘଟଣା । କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login