ଭୁବନେଶ୍ବର : ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଏସମା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଗ୍ନିକମାନେ ଆନ୍ଦୋଳନ ପାଇଁ ପ୍ରସ୍ତତୁ ହେଉଥିଲେ। ଆଜିଠାରୁ ୬ ମାସ ଯାଏ ଏସମା ଲାଗୁ ହୋଇଛି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ସମଗ୍ର ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀ ଆଜି ଠାରୁ କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ପୋଲିସ ସହ ସମାନ ଦରମା ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀଙ୍କ ସଂଘର ପଞ୍ଜିକରଣ ଦାବିରେ ପୁରୀ ଅଗ୍ନିଶମ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
Views: 106











