ବୈାଦ୍ଧ : କାଦୁଅରେ ଫସିଲା ୧୦୮ ଆମ୍ବୁଲାନ୍ସ , ରୋଗୀଙ୍କ ମୃତ୍ୟୁ । ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ରାସ୍ତା ଟିଏ ହୋଇପାରୁନି । ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଠିକ ସମୟରେ ନ ପହଁଚି ରୋଗୀଙ୍କ ଜୀବନ ଚାଲିଯାଉଥିବା ଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି । ତେବେ ବୈାଦ୍ଧ କିରମାଖୋଲ ଗାଁର ଜଣେ ମହିଳା ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେବା ପାଇଁ ବାହାରି ଥିଲେ । କିନ୍ତୁ ଗାଁର ପ୍ରାୟ ୬ କିମି ରାସ୍ତା କାଦୁଅ ଥିବାରୁ ଆମ୍ବୁଲାନ୍ସ ଅଟକିଗଲା । ଆମ୍ବୁଲାନ୍ସ ଅଟକିବାରୁ ବିଳମ୍ବରେ ମେଡିକାଲରେ ପହଞ୍ଚିଥିଲେ । ବୈାଦ୍ଧ ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
Views: 72